ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା କରାଗଲା। ଏହାକୁ ନେଇ ରାଜ୍ୟବ୍ୟାପୀ ଆଜି ପ୍ରତିରୋଧ ଦିବସ ପାଳନର ଅଂଶବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡି ବ୍ଲକ୍ କଂଗ୍ରେସ, ସିପିଆଇ ଓ ସିପିଏମ ପକ୍ଷରୁ ପ୍ରତିରୋଧ ବିକ୍ଷୋଭ ଏହା ଏକ କଳା ଆଇନ୍ରୂପେ ବିବେଚନା କରି, ବିରୋଧୀ ନିଜ ବକ୍ତବ୍ୟ ରଖିଥିଲେ। କଂଗ୍ରେସର ଶ୍ରୀ ଶାନ୍ତନୁ ପାଲ୍ ସଭା ପରିଚାଳନା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ସମେତ ରାଜ୍ୟ ସ୍ବାର୍ଥ ବିରୋଧୀ ୨୦ ସାଂସଦ ଓ ଶ୍ରୀ ମୋହନ ଚରଣ ମାଝି, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।