କଳାହାଣ୍ଡିରେ ‘ମାଇ ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ

- ଯୁବବର୍ଗଙ୍କୁ କେନ୍ଦ୍ର କରି ପ୍ରସ୍ତୁତ ହେବ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନାକଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ (କବିରାଜ ଦୁର୍ଗା), ଭବାନୀପାଟଣା, ୨୫/୦୯: କଳାହାଣ୍ଡି ଜିଲ୍ଲାରେ ‘ମାଇ ଭାରତ’ର ବିଭିନ୍ନ ଯୁବ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ଯୁବକ-ଯୁବତୀଙ୍କ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଛି।ଅତିରିକ୍ତ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ତନ୍ମୟ କୁମାର ଦରୱାନ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ‘ମାଇ ଭାରତ’ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ଏଜେଣ୍ଡା ଅନୁଯାୟୀ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ।ବୈଠକରେ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଅନୁମୋଦନ ସହ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ‘ମାଇ ଭାରତ’ ଯୁବ ପଞ୍ଜୀକରଣର ସ୍ଥିତି ଏବଂ ଅଧିକ ଯୁବକ-ଯୁବତୀଙ୍କୁ ଏହି ଅଭିଯାନ ସହ ଯୋଡ଼ିବା ନେଇ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ କ୍ଲବ, ଏନ୍ଏସ୍ଏସ୍, ନେହେରୁ ଯୁବ କେନ୍ଦ୍ର ସଂଗଠନ ସମେତ ବିଭିନ୍ନ ଯୁବ ସଂଗଠନ ଓ ଅନୁଷ୍ଠାନ ମାଧ୍ୟମରେ ‘ମାଇ ଭାରତ’ର କାର୍ଯ୍ୟକ୍ରମର ପ୍ରଚାର-ପ୍ରସାର ଏବଂ ଯୁବମାନଙ୍କୁ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’, ‘ବିକଶିତ ଭାରତ ଯୁବ ସଂଯୋଗ’, ଯୁବ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଓ ସମୁଦାୟ ସେବା କାର୍ଯ୍ୟକ୍ରମର ଯୋଜନା ଏବଂ ରୂପାୟଣ ନେଇ ମଧ୍ୟ ମତବିନିମୟ ହୋଇଥିଲା। ଏଥିସହ ବିଭିନ୍ନ ସରକାରୀ ବିଭାଗ ଓ ଶିକ୍ଷାନୁଷ୍ଠାନ ସହ ସମନ୍ୱୟ କରି ଯୁବ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବା ଉପରେ ଆଲୋଚନା ହୋଇଥିଲା।ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସାମାଜିକ ଓ ସମୁଦାୟ ବିକାଶ, ସଚେତନତା ଏବଂ ନାଗରିକ ସହଭାଗିତାରେ ଯୁବମାନଙ୍କୁ ଅଧିକ ସକ୍ରିୟ କରିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ଯୁବବର୍ଗଙ୍କୁ କେନ୍ଦ୍ର କରି ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।ବୈଠକରେ ଭବାନୀପାଟଣା ତହସିଲଦାର କ୍ଷୀରୋଦ ନାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଏନ୍ଏସ୍ଏସ୍ ନୋଡାଲ ଅଧିକାରୀ ଜୟନ୍ତ କୁମାର ଦଣ୍ଡସେନା, ଜିଲ୍ଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ‘ମାଇ ଭାରତ’ ଯୁବ ନେତା ଓ କମିଟି ସଦସ୍ୟମାନେ ଯୋଗଦେଇଥିଲେ।ବୈଠକ ଶେଷରେ ‘ନିଶାମୁକ୍ତ ଯୁବା’ ଅଭିଯାନ ଅଧୀନରେ ଉପସ୍ଥିତ ସମସ୍ତେ ନିଶାଠାରୁ ଦୂରେଇ ରହିବା, ଅନ୍ୟମାନଙ୍କୁ ନିଶାମୁକ୍ତ ଜୀବନ ପାଇଁ ସଚେତନ କରିବା ଏବଂ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ଯୁବ ସମାଜ ଗଠନର ସଂକଳ୍ପ ନେଇ ‘ନିଶାମୁକ୍ତ ଯୁବ ଶପଥ’ ଗ୍ରହଣ କରିଥିଲେ।
- #newsodisha
#kalahandi
#odisha