ରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ୨୦୨୬ ||
ଭବାନୀପାଟଣା ବ୍ଲକ ରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ବୈକୁଣ୍ଠ ବେମାଲ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ କାଉଗୋପନା ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏବିଇଓ ତଥା ଲାଞ୍ଜିଗଡ ବିଆରସିସି ହୃଷିକେଶ ନାଏକ ମୂଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ କାଉଗୋପନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା ,ବିଦ୍ୟାଳୟ ଏସଏମସି ଚେୟାର ପର୍ସନ ବିଚିତ୍ର ମାଝୀ, ପ୍ରଧାନ ଶିକ୍ଷକ ଦୀପକ କୁମାର ବାଗ ,ସନ୍ତୋଷ ଆଚାରୀ ପ୍ରମୁଖ ମଞ୍ଚସିନ ହୋଇ ଥିଲେ।ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା ସମସ୍ତ ଙ୍କୁ ସ୍ଵାଗତ କରିଥିଲେ। ମୁଖ୍ୟ ଅତିଥିଙ୍କ ଅବିଭାଷଣ ରେ ଗ୍ୟାଲେରୀ କାମ ପ୍ରସ୍ତୁତିରେ ଦକ୍ଷତାର ବିକାଶ ର କୌଶଳ ଉପରେ ଉପସ୍ଥାପନ ସମସ୍ତକୁ ମନ୍ତ୍ରମୁଗ୍ଧ କରିଥିବା ବେଳେ, କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଲୟ ରୁ ଆସିଥିବା ସମସ୍ତ ପ୍ରଧାନ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସିଆରସିସି ଶୀଯୁକ୍ତ ବେମାଲ ଚଳିତ ମାସର ଶୈକ୍ଷିକ କ୍ୟାଲେଣ୍ଡର, ବିଦ୍ୟାଳୟ ଗ୍ୟାଲେରୀ କାମ , ,ପ୍ରସ୍ତୁତି, ପ୍ରାରମ୍ଭିକ ମଧ୍ୟ ସ୍ତର ପାଇଁ ଆକଳନ ରୂପରେଖ,ଦଳଗତ କାର୍ଯ୍ୟ, ଶିକ୍ଷଣ ସୋପାନ ରେଜିଷ୍ଟ୍ରର,Online contentଆଦି କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦେଇଥିଲେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ। କସାକେନ୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କାଉଗୋପନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷାକଙ୍କ ସହ ସମସ୍ତ ସହକର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ପ୍ରତି ମାସ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଏଭଳି ଅଭିନଵ ପ୍ରୟାସ ନିଶ୍ଚିତ ଭାବରେ ଛାତ୍ର ଛାତ୍ରୀଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହୋଇପାରିଛି ।
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ (କବିରାଜ ଦୁର୍ଗା)ଭବାନୀପାଟଣା