ତିତିଲି ଢାବା ନିକଟରେ କାର ଓ ଟ୍ରୋକ ଧକ୍କାରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଗୁରୁତର ଆହତ –
ପବିତ୍ର ଶ୍ରୀ ଗଣେଶ ପୂଜା ଦିବସରେ ଝାଡ଼ଖଣ୍ଡ ସିମାନ୍ତ ତିରିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ୨୨୦ ନଂ ଜାତୀୟରାଜପଥ ସଡକ ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲ କୁ ଅଣାଯାଇଥିଲା । ବଡ ଦୂର୍ଘଟଣାରୁ ଅଳ୍ପକେ ବର୍ତିଲେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ । ରାଇରଙ୍ଗପୁର ମେଡିକାଲ ରେ ଡାକ୍ତରଙ୍କ ଚିକିତ୍ସିତ ବେଳେ ଜଣାପଡିଥିଲା ଶ୍ରୀଯୁକ୍ତ ନନ୍ଦ ସାର ଙ୍କ ଡାହାଣ ଗୋଡର ଜଙ୍ଗ ଓ ଡାହାଣ ହାତ ଭାଙ୍ଗି ଯାଇଛି । ତେଣୁ ପରିବାର ଲୋକେ ଶୀଘ୍ର ଆରୋଗ୍ଯ ପାଇଁ ରାଇରଙ୍ଗପୁର ରୁ ଘୋରଇ ମା ତାରିଣୀ ଏନ୍ତରପ୍ରାଇଜେସ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ରୁ ଭୂବନେଶ୍ବର ସ୍ଥିତ ଏମ୍ହ୍ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାଇ ଆଜି ପବିତ୍ର ଗଣେଶ ପୂଜା ଅବସର ରେ ରାଇରଙ୍ଗପୁର ସ୍ଥିତ ଡଗରା କଲୋନୀ ବାସ ଭବନରୁ ନିଜ କାର ଯୋଗେ ତିରିଂ ଉଚ୍ଚ ବିଦ୍ୟାଳୟ ଅଭିମୁଖେ ପ୍ରାୟ ୮ଟା ୩୦ ମିନିଟ ମଧ୍ଯରେ ଘରୁ ବାହାରି ପଡିଥିଲେ । ଠିକ୍ ନଅଟା ଫାଖାପାଖି ବହଳଦା ଥାନା ଅନ୍ତର୍ଗତ କାଦୁଆଣୀ ଛକ ଓ ତିତିଲି ଢାବା ନିକଟ ଟୋରନିଂ ପଏଣ୍ଟ ପାଖରେ ବହଳଦା ପଟୁ ଏକ ଦ୍ଋତଗାମୀ ଟ୍ରୋକ ସହ ମହାମହି ଧକ୍କା ହୋଇଥିଲା । ଉକ୍ତ ଧକ୍କାରେ କାର ଗାଡିର ବେଲୁନ୍ ଯୋଗୁଁ ବଡ ବିପଦରୁ ବର୍ତି ଯାଇଛନ୍ତି । ସେ ଜଣେ ବିଶିଷ୍ଟ ଆଦର୍ଶ ଶିକ୍ଷକ ଭାବେ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଘରେ ଘରେ ପରିଚିତ ଥିବା ବେଳେ ଜଣେ ଦକ୍ଷ ଏନ୍ ସି ସି ଅଫିସର ମଧ୍ଯ ଅଛନ୍ତି। ଏକାଧାରରେ ଭାଷାବିତ୍, ଭାଷ୍ଯକାର ଓ ସାମାଜିକ ସାଂସ୍କୃତିକ ଜାଗରଣ ର ଜଣେ ସୁଦକ୍ଷ କାରୀଗର ତଥା ସମାଜସେବୀ, ଆଦର୍ଶବାଦୀ ଶିକ୍ଷକ ଅଟନ୍ତି । ସ୍ଥାନାନ୍ତର ର ବେଳେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ , ତିରିଂ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ଯ ଉପସ୍ଥିତ ରହିବା ସହିତ , ବିଭିନ୍ନ ଖବର କାଗଜର ଗଣମାଧ୍ୟମ ପ୍ରତିନିଧି , ବରିଷ୍ଠ ଓକିଲ , ଶିକ୍ଷାବିତ ,ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ଏ ଘଟଣାରେ ବିଘ୍ନ ବିନାଶକ ଶ୍ରୀଗଣେଶ ଙ୍କ ପାଖରେ ଆଶୁ ଆରୋଗ୍ଯ କାମନା ପାଇଁ ଗୁହାରୀ କରିଛନ୍ତି । ଗୁରୁତର ଆହତ ଆଦର୍ଶ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଙ୍କ ପାଖରେ ସହ ଧର୍ମିଣୀ ରହିଛନ୍ତି । ଆରୋଗ୍ଯ କାମନା ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପାଖରେ ଉପଖଣ୍ଡସ୍ତରୀ ସାମ୍ବାଦିକ ପରିବାର ତରଫରୁ ଗୁହାରୀ ଜଣାଇଛନ୍ତି ।