ରାଇରଙ୍ଗପୁର :- ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ଗୁଡିକର କେତେକ ଗାଁ ଗୁଡିକରେ ଅଧାଧିକ କ୍ଷୟ କ୍ଷତି ଘଟିଛି। ରିଲିଫ କାର୍ଯ୍ଯ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି । ତେବେ କୁସୁମୀ ବ୍ଲକରେ ପ୍ରାୟ ୧୦୫ ଘର ଭଙ୍ଗାରୁଜା ହୋଇଥିବା ସୂଚନା ହସ୍ତଗତ। ତେବେ ଲଘୁଚାପ ଜନିତ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ କୁସୁମୀ ବ୍ଲକରେ ରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ବହୁତ କଚ୍ଚା ଘର ଭାଙ୍ଗିଛି। ଏହି ଭିତରେ ଏକ ଦୁଃଖଦ ଘଟଣା ଘଟିଛି କୁସୁମୀ ବ୍ଲକର ଚୁଆ ପାଣି ପଞ୍ଚାୟତ ର ଛଣୁଆ ଗ୍ରାମରେ। ସ୍ବାମୀ ସ୍ତ୍ରୀ ରାତିରେ ଶୋଇଥିବା ବେଳେ କାନ୍ଥ ପଡ଼ି ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ଆହାତ ହୋଇଛନ୍ତି। ସୂଚନା ମୁତାବକ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଛଣୁଆ ଗ୍ରାମରେ ବିରଭଦ୍ର ମହାନ୍ତ (୬୦) ଏବଂ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ (୫୦)ରାତିରେ ଶୋଇଥିବା ସମୟ ରେ ପଡୋଶୀ ଘର ସୁରେଶ ଚନ୍ଦ୍ର ମହାନ୍ତ ଙ୍କ କାନ୍ଥ ଲଗାଣ ବର୍ଷାରେ ଅଦା ହୋଇ ଏହି ଦମ୍ପତି ଙ୍କ ଉପରେ ପଡି ଯାଇ ଥିଲା। ସ୍ଥାନୀୟ ଲୋକେ ଚୁଆ ପାଣି ପିଇ ଓ ଦଳ ଗୋବିନ୍ଦ ମହାନ୍ତ ଙ୍କୁ ଖବର କରିଥିଲେ ଏବଂ ପିଇ ଓ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନ ତଥା ବାଦାମ ପାହାଡ଼ ଥାନା କୁ ଜଣାଇଥିଲେ। ଏହା ସହିତ ଘଟଣା ସ୍ଥଳରେ ବାଦାମ ପାହାଡ଼ ଥାନା ଓ ସୁଲେଇପାଟ ଫାଣ୍ଡି ଅଧିକାରୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବିରଭଦ୍ର ଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ମେଡ଼ିକାଲ ପଠାଇଥିଲେ ଏବଂ ହେମଲତା ମହାନ୍ତ ଙ୍କୁ ଉଦ୍ଧାର କରାଯିବା ସମୟରେ ସେ ମୃତ୍ୟୁବରଣ କରିଥବା ଜାଣିବାକୁ ପାଇଥିଲେ ଏବଂ ତାଙ୍କୁ ବାଦାମ ପାହାଡ଼ ମେଡିକାଲ କୁ ପଠାଇଥିଲେ। ସେଠାରୁ ଶବ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡ଼ିକାଲ କୁ ପଠାଯାଇଛି। ବାଦାମ ପାହାଡ଼ ଥାନା ରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।