ରାଇରଙ୍ଗପୁର (KMP) :- 18/8/ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ବ୍ଲକ ପଞ୍ଚାୟତ ରେ ବ୍ଯାପକ କ୍ଷୟକ୍ଷତି ଘଟିଛି । ବିଶେଷ ଭାବରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଭାବିତ ଲୋକଙ୍କ ପ୍ରଶାସନ ପକ୍ଷରୁ ଉଦ୍ଧାର ପରେ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ତଇଥାନ ମଧ୍ଯ କରାଯାଇଛି। ତେବେ ପ୍ରଭାବିତ ବ୍ଲକ ଅଞ୍ଚଳ ଗୁଡ଼ିକ ହେଲା
ତିରିଂ ବ୍ଲକ ଅନ୍ତର୍ଗତ ର ଧାତକିଡିହି – ୩ ଟା ଘର, ଲୁପୁଙ୍ଗ ଗାଁର – ୨ଟା ଘର ଓ ତିରିଂ ଅଞ୍ଚଳରେ ମୋଟ ୨୭ ଟି ଗୋଟି ପରିବାର ପ୍ରଭାବିତ । ସେହିପରି ବହଳଦା ବ୍ଲକ ର ପାହାଡ ପୁର ଗାଁ ର ୨ ଜଣକୁ ଉଦ୍ଧାର , ବଡପଳସା ଗାଁ ରେ ୧ ଟି ପରିବାର ଉଦ୍ଧାର, ଶଶ ଗ୍ରାମରରେ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ଯ ପ୍ରଦାନ , ନିଶ୍ଚିତପୁର ଗାଁ ଓ ବାଲିସାହି ଗାଁ ମଧ୍ଯ ରେ ମୋଟ ୨୨ଟି ପରିବାର ଓ ଠାକୁରବାଡି ଗାଁର ବରେଇ ନାଳ ପୋଲ ଲଗାଣ ବର୍ଷା ରେ ପୋଲ ର ମାଟି ଅତଡା ଖସି ଗମନାଗମନ ବାଧାପ୍ରାପ୍ତ ସୂଚନା ।
ରାଇରଙ୍ଗପୁର ବ୍ଲକ ର ବଡବାଇକଳା ସାନାବାଇକଳା, ଚମ୍ପରେଇ ଗାଁ ରେ ମୋଟ ୪୪ ଟି ପରିବାର କୁ ଉଦ୍ଧାର , ଭାଲୁବସା ଗ୍ରାମପଞ୍ଚାୟତ ରେ ରନ୍ଧାଖାଦ୍ଯ ପ୍ରଦାନ , ସୁଦର୍ଶନ ପୁର ଗୁହାଳ ଡାଙ୍ଗରୀ ଗାଁ ର ମୋଟ ୩ ପରିବାର , କୁଲେଇଶିଳା ଗାଁ ର ୨ ପରିବାରକୁ ଉଦ୍ଧାର |
ଜାମଦା ବ୍ଳକ ର ଜାମଦା ତାରାଣା, ପାସନା ଗ୍ରାମରେ ୨୫ ଟି ଘର ଭଙ୍ଗାରୁଜା ଏବଂ ଉଦ୍ଧାର ପରେ ରନ୍ଧାଖାଦ୍ଯ ପ୍ରଦାନ , ଜଟାପାଣି, କେରେଇ ସାହି, ଭଗାବେଡା ଜଳବନ୍ଧୀ ରହିଥିବା ବେଳେ , ବେଲପୋଷି ତାଳଗାଁରେ ପାଣି ଘେରରେ ରହିଛି |
ବିଜାତଳା ବ୍ଲକ ରେ – 20 ପରିବାର କୁ ଉଦ୍ଧାର ଓ ରନ୍ଧାଖାଦ୍ଯ ପ୍ରଦାନ ,
କୁସୁମୀ ବ୍ଲକ – ଆହାରବନ୍ଧ, ସାତପଉଟିଆ, ଝରଦା, ଦଲକି ଝିପି ବନ୍ଧ, ବାସିଲା, ଛଣୁଆ, ମୋଟ ୧୦୫ ଜଣ ଉଦ୍ଧାର ବେଳେ କାନ୍ଥ ପଡି ମହିଳା ମୃତ, ଜଣେ ଗୁରୁତର , ଥିବା ସହିତ ଟୁଣ୍ଟୋପୋଷି ରେ କଛା ରାସ୍ତା ବିଛିନ୍ନ, କାଦୁଆଣି ଓ ଉପବେଡା ର କାହ୍ଣୁ ସେତୁର ଜଳସ୍ତର ବୃଦ୍ଧି ପାଇଥିବା ସୂଚନା ହସ୍ତଗତ ।