ରାଇରଙ୍ଗପୁର (ଦୀପକ କୁମାର ବେହେରା ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅନ୍ତର୍ଗତ ରେ ପାଗ ପରିବର୍ତ୍ତନ ଯୋଗୁଁ ଏବେ ଲୋକ ମାନଙ୍କୁ ବିଭିନ୍ନ ରୋଗ ବ୍ଯାପିବା ସହ ମାରାତ୍ମକ ରୋଗ ମ୍ଯାଲେରିଆ ଆକ୍ରାନ୍ତ ରେ ଲୋକେ ଶିକାର ହେଉଥିବା ନଜରକୁ ଆସିଛି । ତେବେ ଏହି ମେଲେରିଆରେ ଆକ୍ରାନ୍ତ ରେ ଜଣେ ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣୀ ଗ୍ରାମର ଶୁଭଙ୍କର ସର୍ଦ୍ଦାର। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, ଶୁଭଙ୍କର ଅସୁସ୍ଥ ହେବା ପରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ମାଇନା ପରେ, ତାଙ୍କୁ ମେଲେରିଆ ହୋଇଥିବା ରିପୋର୍ଟ ଆସିଥିଲା | ଚିକିତ୍ସାଳୟରେ ତାଙ୍କର ମେଲେରିଆ ଚିକିତ୍ସା ଚାଲିଥିଲା। ତେବେ ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭଙ୍କରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ନାବାଳକଙ୍କ ଅକାଳ ମୃତ୍ୟୁରେ ପରିବାରବର୍ଗ ଓ ଗ୍ରାମବାସୀ ମର୍ମାହତ ହୋଇପଡ଼ିଛନ୍ତି। ଅଞ୍ଚଳରେ ମେଲେରିଆର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ସଚେତନତା, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି ।