ଗଳମୁଣ୍ଡା ଗାଁ ର ବିଲ ରେ ଧାନ ରୁଆ କରି ଘରକୁ ଫେରିବା ବେଳେ ବିଲର ହିଡ ଉପରେ ବଜ୍ରଘାତ କରିବା ଘଟଣା ପରିବାର ବର୍ଗ ଙ୍କୁ ଅସ୍ତବ୍ୟସ୍ତ କରିଛି । ଏପରି ଦୂଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା
ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ଗ୍ରାମର ୫ ଜଣ ମହିଳା ଙ୍କ ଉପରେ ବଜ୍ରପାତ ଘଟି ଘଟଣାସ୍ଥଳ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ଓ ଜଣେ ସାମାନ୍ଯ ଆହତ ହୋଇଛନ୍ତି। ତେବେ ମୃତକ ହେଉଛନ୍ତି ଗୁରୁବାରୀ ବେହେରା (୬୨) ଗୁରୁତର ହେଲେ ଲକ୍ଷ୍ମୀମଣୀ ସି ( ୪୪) ବୃନ୍ଦାବତୀ ବେହେରା (45) ଓ ସାବିତ୍ରୀ ବେହେରା ଗୁରୁତର ଥିବା ବେଳେ ପାନ ମହାକୁଡ ସାମାନ୍ଯ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି ।
ବଜ୍ରପାତରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣା ପରେ ବଣକାଟି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକ ପ୍ରକାଶ ପାଇଛି।
ଏହି ଦୁଃଖଦ ଘଟଣା ପରେ ବଣକାଟି ସରପଞ୍ଚଙ୍କ ସ୍ୱାମୀ ନରେନ୍ଦ୍ର ମାରାଣ୍ଡି ଆହତଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିବା ବଡାଇଛନ୍ତି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Report:- Deepak Kumar Behera