NH 16, ଚଣ୍ଡୀଖୋଲ ନିକଟ କଡେଇ ଛକରେ ଭୟଙ୍କର ବସ୍ ଦୁର୍ଘଟଣା। କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।
ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଥିବା ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଆହତଙ୍କ ସଂଖ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ।