ରାଣୀଭୋଳ ଗ୍ରାମର ଜଣେ ୪୬ ବର୍ଷୀୟା ମହିଳା ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଅସୁସ୍ଥ ଥିଲେ। ପି.ଆର୍.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ନୂଆ ଜୀବନ ମିଳିଛି । ତାଙ୍କ ପେଟରୁ ଏକ ବିରାଟକାୟ ୯.୧ କିଲୋଗ୍ରାମ ଓଜନର ‘ବ୍ରଡ୍ ଲିଗାମେଣ୍ଟ ଫାଇବ୍ରଏଡ୍’ କୁ ସଫଳତାର ସହ ବାହାର କରାଯାଇଛି।
ଡା. ସୁଧାଂଶୁ ଶେଖର ନାଥଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଦଳ ରେ ଡା. ଶୁଭ୍ରଜିତ ମଣ୍ଡଳ, ଡା. ରାଜଶ୍ରୀ ସାହୁ ଏବଂ ଡା. ଅମିତ ପଟୱାରୀ ଏବଂ ଆନେସ୍ଥେସିଆ ଟିମ୍ର ମିଳିତ ପ୍ରୟାସରେ ଏହି ଜଟିଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇପାରିଛି।