ରାଜନେତା ଓ ଗୋଟିଏ ସରକାର ର ଅସଲ ପରିଚୟ ରାଜରାସ୍ତା ରୁ ମିଳେ। ସେପଟେ ସରକାରୀ ସ୍କୁଲରେ ୧ ଲକ୍ଷ ରୁ ଅଧିକ ଶିକ୍ଷକ ପଦବୀ ଖାଲି ଏପଟେ ୨ ବର୍ଷ ବିତିଗଲା ମୋହନ ସରକାର ଗୋଟିଏ ବି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କଲେ ନାହିଁ (ଯାହା କରିଛନ୍ତି ତାହା ବିଜେଡି ସମୟର) । ସରକାରୀ ସ୍କୁଲରେ ମାଷ୍ଟ୍ରେ ନାହାନ୍ତି, ଡ୍ରପଆଉଟ ହାର ବଢିଚାଲିଛି,ଦିବ୍ୟାଙ୍ଗ ପିଲାଙ୍କପାଇଁ ସ୍ପେସିଆଲ ଟିଚର ସ୍କୁଲରେ ନାହାନ୍ତି।
ଏପଟେ ବିଗତ ୯ ଦିନ ହେଲା ହଜାର ହଜାର ମେଧାବୀ ଏବଂ ସିଟି -ବି ଏଡ଼ ଡିଗ୍ରୀଧାରୀ ଆଶାୟୀ ଶିକ୍ଷକ ସଙ୍ଘର ଯୁବକ ଯୁବତୀମାନେ ଲୋୟର ପିଏମଜି ରେ ଅହୋରାତ୍ର ଧାରଣାରେ ବସିଛନ୍ତି। ସରକାରଙ୍କ ପକ୍ଷରୁ ଜଣେ ବିଧାୟକ କଥାବାର୍ତା ପାଇଁ ଆସିଲେ କିନ୍ତୁ ପିଲାଙ୍କ ଦାବି ଶୁଣିବେ କଣ ଓଲଟା ଧମକ ଦେଇ ଚାଲିଗଲେ।
ଝିଅ ପିଲାମାନେ ବଡ଼ ଅସୁବିଧାରେ ପଡିରହିଛନ୍ତି, BMC ଶୌଚାଳୟ କୁ ରାତି ୧୦ ଟା ପରେ ତାଲା ପକେଇ ଦିଆଯାଉଛି।
ଦାବି ପୂରଣ ହେବ ନହେବା ଅଲଗା କଥା କିନ୍ତୁ ସରକାରରେ ମାନବିକତା ଏଭଳି ସ୍ତରକୁ ନଯାଉ।
ଏ ପିଲାମାନଙ୍କ ଦାବି କେବଳ ସେମାନଙ୍କର ଚାକିରୀଟେ ପାଇଁ ନୁହଁ, ଏହା ସହ ସରକାରୀ ସ୍କୁଲରେ ପଢ଼ୁଥିବା ଆମର ଲକ୍ଷ ଲକ୍ଷ ପିଲା ଓ ଅଭିଭାବକଙ୍କ ସ୍ୱାର୍ଥ ବି ସାମିଲ ଅଛି। ସରକାର ଏମାନଙ୍କ. ଦାବି ଶୁଣିବେନାହିଁ ତାର ବଡ଼ କାରଣ ହେଲା ନେତା, ମନ୍ତ୍ରୀ,ବିଧାୟକ, ସାଂସଦ ଓ ବାବୁଙ୍କ ପିଲା ସରକାରୀ ସ୍କୁଲରେ ପଢ଼ୁନାହାଁନ୍ତି।
ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କ FB ପୋଷ୍ଟ