ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟିଲେ ଭଞ୍ଜସେନା ପ୍ରତିଷ୍ଠାତା ||
ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟି ଜିଲ୍ଲାର ୫୧୨୩ ଟି ଅଙ୍ଗନୱାଡି ଠାରୁ ଦ୍ଵାଦଶ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥାରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ସରୀସୃପ ଏବଂ ବିଷାକ୍ତ କୀଟ ଠାରୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ଶିକ୍ଷାଦାନ କରିବା ପରିବର୍ତ୍ତେ କୌଣସି ସୁରକ୍ଷିତ ଜାଗାରେ ଶିକ୍ଷାଦାନ କରିବା, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକର ଉଭୟ ବାହାରେ ଏବଂ କ୍ଲାସରୁମ୍ ଗୁଡିକରେ ନିୟମିତ ଭାବରେ ବ୍ଲିଚିଙ୍ଗ ପାଉଡର, ସେନିଟାଇଜ ବ୍ଲାକ୍ ଫିନାଇଲ ସିଞ୍ଚନ କରିବା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ଓ ଭୋଜନ ପ୍ରଦାନ ସମୟରେ ସ୍ଵଚ୍ଛତାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ପ୍ରଦାନ କରିବା ଏବଂ ଅଙ୍ଗନବାଡି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଭିତର ଓ ବାହାରର ଫଟୋ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ଏବଂ ବିଭାଗୀୟ ଜିଲ୍ଲା ପ୍ରମୁଖ ମାନେ ମଧ୍ୟ ତାଙ୍କ ତରଫରୁ ପ୍ରଚେଷ୍ଟା କରୁଛନ୍ତି ଏବଂ ଆଗକୁ ମଧ୍ୟ ଦାବି ଗୁଡ଼ିକ ର ସଫଳ ସମାଧାନ ପାଇଁ ଶତ ପ୍ରତିଶତ ପ୍ରଚେଷ୍ଟା କରିବାର ଦୃଢ ପ୍ରତିଶୃତି ଦେଇଥିବା ସୂଚନା ହସ୍ତଗତ ହୋଇଅଛି |