ରାଇରଙ୍ଗପୁର (ନି ପ୍ର):- ଗତ ରାତି ୧୨:୩୦ ମିନିଟରେର “ନାଇଟ୍ ପଟ୍ରୋଲିଙ୍ଗ” ଚାଲିଥିଲା ବେଳେ, ରାଇରଙ୍ଗପୁର ପୋଲିସର ଇନ୍ସପେକ୍ଟର ଶରତ ଚନ୍ଦ୍ର ଦାସ, ରାଇରଙ୍ଗପୁରର ଦୁର୍ଗା ମଣ୍ଡପ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ତତ୍କାଳ ସାହାଯ୍ୟ କରିଥିଲେ। ସେ କେବଳ ଯେ, ସେହି ଅଚେତ ବ୍ୟକ୍ତିମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ ତାହା ନୁହଁ, ବରଂ ସେମାନଙ୍କୁ ରାଇରଙ୍ଗପୁର ଉପ-ବିଭାଗୀୟ ଡାକ୍ତରଖାନାକୁ ନେଇ ତୁରନ୍ତ ଚିକିତ୍ସା ପାଇଁ ପହଞ୍ଚାଇଥିଲେ। ତେଣୁ ଶରତ ଚନ୍ଦ୍ର ଦାସ ପ୍ରସଂଶାର ପାତ୍ର ବୋଲି ସ୍ଥାନୀୟ ଜନସାଧାରଣ ମତ ପୋଷଣ କରିଛନ୍ତି ||