ବ୍ରହ୍ମପୁରରେ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ ପାଳିତ ହେଲା
ବ୍ରହ୍ମପୁର (ତୋଫାନ ଗୌଡ଼): ଆଜି ଏ ପବିତ୍ର ଅଖଣ୍ଡ ଭାରତ ଦିବସ ଅବସରରେ ଆମ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ର ସମସ୍ତ ପରିବାର ଖୋଡାସିଙ୍ଗି ସ୍ଥିତ ସମ୍ରାଟ ମହାବିଦ୍ୟାଳୟ ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅତି ଭବ୍ୟ ସମାରୋହରେ ସମ୍ରାଟ କଲେଜ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l ଏଥିରେ ବିଶ୍ବହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀମାନ୍ ଡାକ୍ତର/ପ୍ରଫେସର ସତ୍ୟ ନାରାୟଣ ମିଶ୍ର,ସନ୍ଥ ଶ୍ରୀ ଯୋଗେନ୍ଦ୍ର ସରସ୍ବତୀ ଙ୍କ ଉପସ୍ଥିତ ବିଶ୍ୱହିନ୍ଦୁ ପରିଷଦ ର ପ୍ରାନ୍ତ ସହ ସମ୍ପାଦକ ମାନନୀୟ ଡ଼.ଅରୁଣ ପ୍ରସାଦ ପାଢ଼ୀ ଅଖଣ୍ଡ ଭାରତ ଦିବସ ର ମହତ୍ୱ ବୁଝାଇ ଥିଲେ,ଜିଲ୍ଲା ର ଉପ ସଭାପତି ଶ୍ରୀ ଜି ଶ୍ରୀନିବାସ ଆଚାରୀ, ଜିଲ୍ଲା ଉପ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଚୌଧୁରୀ,ଜିଲ୍ଲା ସହ ସମ୍ପାଦକ ଶ୍ରୀ ଅଜୟ ବେହେରା,ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ପ୍ରମିତ ମହାପାତ୍ର ଭାଈ, ପବନ ଭାଈ, ହୀରେନ୍ ଭାଈ ମହାନଗର ସଭାପତି ଉମା ଭାଈ, ଗଞ୍ଜାମ ବାର ଆସୋସନ ର ସଭାପତି ସୀତାଂଶୁ ଭାଈ ଏବଂ ସମ୍ରାଟ କଲେଜ ବହୁ ଛାତ୍ର ଛାତ୍ରୀ ଏବଂ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ବୃନ୍ଦ ଓ କଲେଜ ର ପରିଚାଳନା ସଦସ୍ୟ ଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି l
ଏଥିରେ ମଞ୍ଚ ସଂଚଳନା ଶ୍ରୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଭାଈ ଦାୟିତ୍ୱ ଅତି ସୁନ୍ଦର ଭାବରେ କରିଥିଲେ ଓ ଶେଷରେ ଶ୍ରୀନିବାସ ଭାଈ ଅଖଣ୍ଡ ଭାରତ କରିବା ସଂକଳ୍ପ କରାଇ କାର୍ଯକ୍ରମ କୁ ଅନ୍ତିମ ପର୍ଯ୍ୟାୟ ରେ ପହଂଚାଇ ଲେ l