ମୟୁରଭଞ୍ଜ (ନି ପ୍ର) :-ଧସିଲା ରେଳ ଧାରଣା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ | ବାରିପଦା ଷ୍ଟେସନ ବଜାରରୁ ସୁନଗଡ଼ିଆ ନିକଟରେ ରେଳ ଧାରଣା ଧସିଯିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ରେଳ ଧାରଣା 2 ଫୁଟ ତଳକୁ ଧସିବା ଖବର ପାଇବା ପରେ, ରେଳ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି।ଏହି ଘଟଣା ଯୋଗୁଁ ପୁରୀ–ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ବାଙ୍ଗିରିପୋଷି ଷ୍ଟେସନରେ ଅଟକି ରହିଥିବା ଜଣାପଡ଼ିଛି। ରେଳ ଧାରଣା ମରାମତି ଓ ସୁରକ୍ଷା ଯାଞ୍ଚ ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀମାନେ ପହଞ୍ଚି ଧସିଥିବା ଅଂଶର ଯାଞ୍ଚ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ରେଳ ଧାରଣା କେଉଁ କାରଣରୁ ଧସିଲା ଏବଂ କେବେ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ, ଖବର ଲେଖିବା ପର୍ଯ୍ୟନ୍ତ ସେ ନେଇ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।
ଯାତ୍ରୀମାନଙ୍କୁ ସତର୍କତା: ଟ୍ରେନ୍ ଯାତ୍ରୀମାନେ ଯାତ୍ରା ପୂର୍ବରୁ ଟ୍ରେନ୍ର ସ୍ଥିତି ସମ୍ପର୍କରେ ରେଳ ବିଭାଗରୁ ସ୍ପଷ୍ଠୀ କାରଣ ନେବାକୁ ଅନୁରୋଧ।