ପIଟରା ସମାଜ ମୟୁରଭଞ୍ଜ ତରଫରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପIଟବସ୍ତ୍ର ପ୍ରଦାନ ଓ ରାଖୀସେବା କାର୍ଯ୍ୟକ୍ରମ ମହାସମIରୋହରେ ପାଳିତ ହୋଇଯାଇଛି I ପାଟରା ଜାତିର ପରମ୍ପରା ଅନୁଯାଇ ଶ୍ରୀ ବଳଦେବ ଜିଉଙ୍କ ଜନ୍ମ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପIଟବସ୍ତ୍ର ପରିଧାନ କରାଯାଇଥିଲା I ସମସ୍ତ ସଦସ୍ୟ ଓ ସଦସ୍ୟା ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ନତମସ୍ତଜ ହୋଇ ଏକଶ୍ୱରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶୋଳ୍କପାଠ କରିଥିଲେ I ପରେ ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରIଙ୍କର ଜୟଧ୍ୱନି ଓ ହରିବୋଲ ସଂକୀର୍ତ୍ତନରେ ରାକ୍ଷୀସେଵା କାର୍ଯ୍ୟକ୍ରମ ସମ୍ପର୍ଣ୍ଣ କରି ଫଳପୁଷ୍ପ ଓ ମନ୍ଦିରର ପୂଜକମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା I ଏହି ସମାରୋହରେ ଶତାଧିକ ସଦସ୍ୟ ଓ ସଦସ୍ୟା ଅଂଶ ଗ୍ରହଣ କରିଥିଲେ I ଏହି ଏକାଗ୍ରତା ଓ ଭାଇଚାରIର ପ୍ରତୀକ ଆସନ୍ତା ଭବିଷ୍ୟତରେ ଚିର ବଜାୟ ରହିବ ବୋଲି ପ୍ରତିଶୃତିବଦ୍ଧ ହୋଇଥିଲେ I ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ପାତ୍ର ଓ ସାଧାରଣ ସମ୍ପାଦକ ସ୍ୱରୂପ କୁମାର ବଶା ଅନୁଷ୍ଠାନକୁ ଆହୁରି ଦୃଡ଼ିଭୂତ କରିବା ପାଇଁ ଓ ନିହିତ ଉଦ୍ୟେଶକୁ ସାକାର କରିବା ପାଇଁ ଆହ୍ୱାନ କରିଥିଲେ I ସର୍ବଶେଷରେ ସମସ୍ତ ସଦସ୍ୟ, ସଦସ୍ୟା, ମନ୍ଦିର ଭିରରେ ଓ ବାହାର ପ୍ରାଙ୍ଗଣରେ ଉପସ୍ଥିତଥିବା ସମସ୍ଥ ଭକ୍ତମାନେ ପ୍ରସାଦ ସେବନ କରିଥିଲେ I ସମରେନ୍ଦ୍ର ବଶା, ସଞ୍ଜୟ ନାୟକ, ଜୟନ୍ତ ସେନାପତି, ସନ୍ତୋଷ ପାତ୍ର, ଶକ୍ତି ପ୍ରସାଦ ପାତ୍ର, ଚିତ୍ତରଞ୍ଜନ ସାହୁ, କିଶୋର ବଶା, ସୁବ୍ରତ ବଶା, ମଳୟ ମହାପାତ୍ର, ମୃତୁଞ୍ଜୟ ମହାପାତ୍ର, ମନରଞ୍ଜନ ବଶା, କୁଞ୍ଜବନ ପୃଷ୍ଟି, ସରୋଜ କୁମାର ପାତ୍ର, ପରେଶ ଚନ୍ଦ୍ର ସାହୁ, ପର୍ଶୁରାମ ବେହେରା, ସଂଯୁକ୍ତା ବଶା, ମଞ୍ଜୁଲତା ପୃଷ୍ଟି, ସଂଗୀତା ବଶା, ଗୀତାଞ୍ଜଳି ବେହେରା, ଦିପ୍ତିମୟୀ ପୁଥାଳ, ସୁଶାନ୍ତ କୁମାର ବଶା, ଆଶିଷ ବଶା, ଶୁଭ୍ରାଞ୍ଜଳି ବଶା, ଲIୟନା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I