ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ଐତିହାସିକ ସାର୍ବଜନୀନ ନିମନ୍ତେ ପୋଲିସ ମାନଙ୍କ ଦ୍ବାରା ସାଇକେଲ ଚଳାଇ ସଚେତନତା କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁର ସାପ୍ତାହିକ ହାଟ ବନ୍ଧର ଚତୁର୍ପାସ ରେ ସଫେଇ କରାଯାଇଥିଲା । ଏହା ରାଇରଙ୍ଗପୁର ପାଇଁ ଗୌରବାନ୍ବିତ ଥିଲା କାରଣ ପୋଲି କେବଳ ଶାନ୍ତି ଶୃଙ୍ଖଳା ସେବା ପ୍ରଦାନ ବ୍ଯତୀତ ସହରକୁ ସଫେଇ ମାଧ୍ୟମ ରେ ସ୍ବଛତା ଆଣିବା ପ୍ରୟାସକୁ ରାଇରଙ୍ଗପୁର ବାସୀ ପୋଲିସ ଜିଲ୍ଲା ପୋଲିସ ମାନଙ୍କୁ ଏହି ମହନୀୟତା କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମ ର ମଙ୍ଗ ଧରିଥିଲେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଏସପି ସୁରେଶ ପାତ୍ର, ଅତିରିକ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା , ଏସଡିପିଓ ବିରେନ୍ଦ୍ର ସେନାପତି ଓ ଆର୍ ଆଇ ମହାଶୟ ଙ୍କ ମାର୍ଗଦର୍ଶନ ଅନୁଷ୍ଠିତ ହୋଇଥିବା ବେଳେ ରାଇରଙ୍ଗପୁର ଟାଉନ ପୋଲିସ ଅଧିକାରୀ କାର୍ଯ୍ୟକ୍ରମ କୁ ଟିକ୍ ନିକ୍ ଯାଞ୍ଚ କରିଥିଲେ ।
