ଉତ୍ତର ଓଡିଶା :- ଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜ ମୁଖ୍ୟାଳୟ ବାଲେଶ୍ୱର ପକ୍ଷରୁ ରେଞ୍ଜ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବ୍ ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀରେ ଥିବା ୧୭ ଜଣ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ମଧ୍ୟରେ ବଦଳି କରାଯାଇଛି।
ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବୋର୍ଡର ଅଧ୍ୟକ୍ଷ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି ପିନାକ ମିଶ୍ର, ସଦସ୍ୟ ମୟୂରଭଞ୍ଜ ଏସପି ବରୁଣଗୁଣ୍ଟୁପଲ୍ଲି, ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର, ରାଇରଙ୍ଗପୁର ଏସପି ସୁରେଶ କୁମାର ପାତ୍ର, ଓ ଭଦ୍ରକ ଏସପି ମନୋଜ କୁମାର ରାଉତ ଯୋଗଦେଇ ବଦଳି ଆଦେଶରେ ନିଷ୍ପତ୍ତି ନେଇଛନ୍ତି।
ଇନ୍ସପେକ୍ଟର ସଂଯୁକ୍ତା ମହାଲିକଙ୍କୁ ରାଇରଙ୍ଗପୁରରୁ ବାଲେଶ୍ୱର, ଇନ୍ସପେକ୍ଟର ଗୋପାଳ କୃଷ୍ଣ ଜେନାଙ୍କୁ ଭଦ୍ରକରୁ ବାଲେଶ୍ୱର, ଇନ୍ସପେକ୍ଟର ପ୍ରକାଶ କୁମାର ରଥଙ୍କୁ ମୟୂରଭଞ୍ଜରୁ ରାଇରଙ୍ଗପୁର, ଇନ୍ସପେକ୍ଟର ବାରିଣୀ ଦାସଙ୍କୁ ମୟୂରଭଞ୍ଜରୁ ରାଇରଙ୍ଗପୁର, ଇନ୍ସପେକ୍ଟର ସଦାନନ୍ଦ ନାୟକଙ୍କୁ ମୟୂରଭଞ୍ଜରୁ ରାଇରଙ୍ଗପୁର, ଇନ୍ସପେକ୍ଟର ଜୀବନ ମୋହନ ନାୟକଙ୍କୁ ମୟୂରଭଞ୍ଜରୁ ରାଇରଙ୍ଗପୁର, ଇନ୍ସପେକ୍ଟର ବିମଲ କୁମାର ନାୟକଙ୍କୁ ବାଲେଶ୍ୱରରୁ ଭଦ୍ରକ, ଇନ୍ସପେକ୍ଟର ସୁଚନ୍ଦ୍ରା ମହାଲିକଙ୍କୁ ବାଲେଶ୍ୱରରୁ ମୟୂରଭଞ୍ଜ, ଏସଆଇ ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ବାଲେଶ୍ୱରରୁ ଭଦ୍ରକ, ଏସଆଇ ଭାଗ୍ୟଜିତ ନାୟକଙ୍କୁ ଭଦ୍ରକରୁ ବାଲେଶ୍ୱର, ଏସଆଇ ରସାନନ୍ଦ ନାୟକଙ୍କୁ ଭଦ୍ରକରୁ ମୟୂରଭଞ୍ଜ ଓ ଏସଆଇ ମୋବାସର ଆଲମ ଖାନଙ୍କୁ ମୟୂରଭଞ୍ଜରୁ ଭଦ୍ରକ ପୁଲିସ ଜିଲ୍ଲାକୁ ବଦଳି କରାଯାଇଛି।
ବୋର୍ଡ ବିଦ୍ୟମାନ ଖାଲି ପଦ, ପ୍ରଶାସନିକ ଆବଶ୍ୟକତା, ବ୍ୟକ୍ତିଗତ ଆବେଦନ ଓ ଲୋକସେବାର ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ବଦଳି ନିଷ୍ପତ୍ତି ନେଇଛି।