ଭୁବନେଶ୍ୱର (KML): ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ତେବେ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ସ୍ଥିର ରହୁଥିବାରୁ ସାମଗ୍ରିକ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସେ ସ୍ପଷ୍ଟ କରିଛନ୍ତି।