ପାରଳାଖେମୁଣ୍ଡି, ୧୮ ଅଗଷ୍ଟ :ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସରଜାଳ ଗାଁରେ ଚାଷୀମାନଙ୍କ ସହ ମିଶି ଜମିରେ ହଳ ଚଳାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ଗାଁ ଗସ୍ତ ସମୟରେ ସେ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କୃଷି ଓ ଜୀବିକା ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ପରେ ବିଧାୟକ ନିଜେ ଚାଷୀଙ୍କ ସହ ଜମିକୁ ଯାଇ ପାରମ୍ପରିକ ହଳ ଧରି ସାହାଯ୍ୟରେ ଜମି ଚାଷ କରିଥିଲେ। ଚାଷୀଙ୍କ ସହ ମିଶି ଏଭଳି ଭାବେ କୃଷିକାର୍ଯ୍ୟରେ ସାମିଲ ହେବା ମାଧ୍ୟମରେ ସେ ଚାଷୀଙ୍କ ଜୀବନ ଓ ସମସ୍ୟାକୁ ନିକଟରୁ ବୁଝିବାର ପ୍ରୟାସ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଧାୟକଙ୍କ ହଳ ଚଳାଇବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।