ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ ୧୬୵୮୵ ୨୦୨୬ ରେ ଶୁଭାରମ୍ଭ କରାଯାଇଥିଲା । ଆଦିବାସୀ ହୋ ଭାଷା ଆନ୍ଦୋଳନ କାରୀ ସଂଗ୍ରାମୀ ମାନଙ୍କୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା ପରିଷଦ ସଭ୍ଯ ପରେଶ ମୁଣ୍ଡା, ଆଦିବାସୀ ମହାସଭା ଜାମଦା ସଭାପତି ମଟକା ବିରୁଆ ପ୍ରମୁଖ ଉପସ୍ଥିତ ରହି ଏହି ଐତିହାସିକ ପଦଯାତ୍ରା ନିମନ୍ତେ ସ୍ବାଗତ ଜଣାଇଥିଲେ। ଆଜି ତା ୧୭୵୮୵୨୦୨୬ ରାଇରଙ୍ଗପୁର ଆଦିବାସୀ ହୋ ସମାଜିକ ସାଂସ୍କୃତିକ ଅନୁଷ୍ଠାନ ସୁସାର ଆଖଳା ପରିସର ରୁ ଭୂବନେଶ୍ବର କୁ ଦଶ ଜଣିଆ ପ୍ରତିନିଧିଦଳ ପଦ ଯାତ୍ରା ଶୁଭାରମ୍ଭ କରିଛନ୍ତି। ପଦଯାତ୍ରା ପ୍ରତିନିଧିଦଳ ଙ୍କୁ ସୁସାର ଆଖଳା ତରଫରୁ ଭବ୍ଯ ସ୍ବାଗତ , ସ୍ବାଗତ ରେ ସୁସାର ଆଖଳା ସଭାପତି ପଦ୍ମଚରଣ ବାନାରା ଏହି ମହାନ କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ । ତେବେ ଦଶ ଜଣିଆ ହୋ ଭାଷା ପ୍ରତିନିଧିଦଳ ର ମୁଖିଆ ଘନଶ୍ୟାମ ପିଙ୍ଗୁଆ ଥିବା ବେଳେ ଅନ୍ୟତମ ହେଲେ ଘନଶ୍ୟାମ ପିଙ୍ଗୁଆ , ଦାମୋଦର ପୁର୍ତ୍ତି , ଚନ୍ଦ୍ରମୋହନ ପିଙ୍ଗୁଆ , ତୁରୀରାମ ବିରୁଆ , କୁଷ୍ଣଚନ୍ଦ୍ର କାରୋଆ , ସଞ୍ଜୟ ହେମ୍ବ୍ରମ ୭,ଡିକୁଲ ବାଗେ ୮, ରାମେଶ୍ୱର କଣ୍ଡାକେଲ ,ଚନ୍ଦନ ହେମ୍ବ୍ରମ , ଜଟେୟା ସାଓୟାଁ ପ୍ରମୁଖ ରହିଛନ୍ତି । ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବାକୁ ଦାବି ନେଇ ଭୂବନେଶ୍ବର ରେ ପହଞ୍ଚିବା ପରେ ସେମାନେ ମହାମହିମ ରାଜ୍ୟପାଳ ଙ୍କୁ ଅଗଷ୍ଟ ୨୪ ତାରିଖ ଦିନ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ମୁଖିଆ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର ଆଦିବାସୀ ସମାଜର ମାତୃଭାଷା ‘ହୋ’ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଏହା ହେଉଛି ସଂଗ୍ରାମ । ଏହି ପରିପ୍ରେକ୍ଷୀରେ, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମେତ ୫ ଦଫା ଦାବି ନେଇ ରାଜ୍ୟପାଳ ଓ ମୁଖ୍ଯମନ୍ତ୍ରୀ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୯୯୦ ମସିହାରୁ ହୋ ଭାଷାକୁ ସରକାରୀ ସ୍ତରରେ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି। ଆଦିବାସୀ ସମାଜର ଭାଷାଗତ ଅଧିକାର, ସାଂସ୍କୃତିକ ପରିଚୟ ଏବଂ ମାତୃଭାଷା ଭିତ୍ତିକ ଶିକ୍ଷା ଓ ବିକାଶକୁ ସୁଦୃଢ଼ କରିବା ପାଇଁ ଏହି ଦାବିଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ପ୍ରମୁଖ ୫ ଦଫା ଦାବିଗୁଡ଼ିକ ହେଲା:
୧. ହୋ ଭାଷାରେ ଶିକ୍ଷାଦାନର ସୁବିଧା ସୁନିଶ୍ଚିତ କରିବା।
୨. ହୋ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନକୁ ତ୍ୱରାନ୍ୱିତ କରିବା।
୩. ଅନୁସୂଚିତ ଜାତି ଓ ଜନଜାତିଙ୍କ ଭାଷା, କଳା ଓ ସଂସ୍କୃତିର ସୁରକ୍ଷା କରିବା।
୪. ହୋ ଭାଷାରେ ଶିକ୍ଷକ, ପାଠ୍ୟପୁସ୍ତକ ଓ ଭିତ୍ତିଭୂମିର ଉନ୍ନୟନ କରିବା।
୫. ରାଜ୍ୟ ସରକାର ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପୁନର୍ବାର ସୁପାରିଶ କରନ୍ତୁ।
ଏହି ଦାବିଗୁଡ଼ିକ ଉପରେ ରାଜ୍ୟ ସରକାର ସହାନୁଭୂତିର ସହ ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
