ଯୌତୁକ ନିଷେଧ ଆଇନ, ୧୯୬୧ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଏ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣରେ ଯୌତୁକ ପ୍ରଥାର ନିରାକରଣ ଓ ଆଇନର ପ୍ରଭାବଶାଳୀ ପ୍ରୟୋଗ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।
ପ୍ରଶିକ୍ଷଣରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୌତମ କିଷାନ, ଉପ-ଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ମହାରଣା ଏବଂ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ଉପସ୍ଥିତ ରହି ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ସୁରକ୍ଷା ଓ ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ ।