ଓଡ଼ିଶା ପୁଲିସ ଡିଜି ନିଯୁକ୍ତିକୁ ନେଇ ଆଇନଗତ ଲଢ଼େଇ ଏବେ ଆହୁରି ଲମ୍ବା ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ୟ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚରେ ଏହି ମାମଲାର ଶୁଣାଣି ହେବାକୁ ଥିଲା। କିନ୍ତୁ ପିଟିସନର୍ ପକ୍ଷରୁ ରିଜଏଣ୍ଡର୍ ଦାଖଲ ହୋଇଥିବାରୁ କୋର୍ଟ ଏହାକୁ ଅଧ୍ୟୟନ କରିବା ପାଇଁ ସମୟ ନେଇଛନ୍ତି। ଯାହା ଫଳରେ ଆଜିର ଶୁଣାଣି ଆସନ୍ତା ସୋମବାରକୁ ଘୁଞ୍ଚିଛି ଓ ସବୁଠାରୁ ବଡ଼ କଥା ୟୁପିଏସ୍ସି ମଧ୍ୟ ଏହି ମାମଲାରେ ଅପେକ୍ଷା କରିବ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର ୭ ପର୍ୟ୍ୟନ୍ତ ୟୁପିଏସ୍ସି କମିଟି ଓଡ଼ିଶା ଡିଜିପି ପଦ ପାଇଁ କୌଣସି ତାଲିକା ଦେଇପାରିବ ନାହିଁ ।