ଇଣ୍ଡିଆନ ରେଡ କ୍ରସ ସୋସାଇଟି,ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ କାଉନସେଲରମାନଙ୍କୁ ନେଇ ଏକ ବୈଠକ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଯୋଗ ଦେଇ ମଣିଷର ଜୀବନ ଯଦି ଅନ୍ୟମାନଙ୍କ ଜୀବନର କାମରେ ଆସି ପାରିଲେ ଜୀବନ ସାର୍ଥକ ହୋଇଥିବା ସହିତ ସେବା କରିବା ପାଇଁ କାଉନସେଲରମାନଙ୍କୁ ପରାମର୍ଶ ଦେଇଥିଲେI ଏଥି ସହିତ ରେଡ୍ କ୍ରସ୍ ସହିତ ତାଙ୍କର 22 ବର୍ଷରୁ ଉର୍ଦ୍ଧ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେI ଡିଈଓ ଶ୍ରୀଯୁକ୍ତ ସେଠୀ ରେଡ୍ କ୍ରସ୍ ର ବିଭିନ୍ନ ଦିଗ ସହିତ ବର୍ତମାନ ସମୟରେ ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱାରୋପ କରିଥିଲେI ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଥିଲେI ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେI
ସମ୍ମାନୀୟ ଅତିଥି ଭାବେ ଓଷ୍ଠାର ଜିଲ୍ଲା ସଭାପତି ଚିତ୍ତ ରଞ୍ଜନ ପଳତା,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ,ବରିଷ୍ଠ ପ୍ରାଥମିକ ଚିକିତ୍ସା ରାଜ୍ୟ ସାଧନ ପରାମର୍ଶଦାତା ସତ୍ୟ ନାରାୟଣ ଦାସ, ଅବସରପ୍ରାପ୍ତ ବରିଷ୍ଠ ସାଧନ କର୍ମୀ ଉମାକାନ୍ତ ବେହେରା ଯୋଗ ଦେଇ ଜେଆରସି ବିଶ୍ୱ ବନ୍ଧୁତାର ପରିଚୟ ବୋଲି ଉଲ୍ଲେଖ କରିଥିଲେIପ୍ରାରମ୍ଭରେ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ରେଡ଼କ୍ରସର ଜନକ ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲାI ଶେଷରେ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ଚନ୍ଦନ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେI ରାଜ୍ୟରେ ପ୍ରଥମ କରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବ୍ଲକର ଜେଆରସି ବ୍ଲକ ସଂଯୋଜକମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲାIଏଥିରେ ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ,ହେମନ୍ତ କୁମାର ପ୍ରାଧନ,ଅଜିତ କୁମାର ମହାନ୍ତି, ରଂଜିତା ରାଣୀ ମହାନ୍ତ, ସଂଜୀବ କୁମାର ଦଳେଇ,ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେI