ମୋରଡା ବଣିକ ସଙ୍ଘ ର ସଭାପତି ସୌରଭ ମହାନ୍ତି ଙ୍କ ସହିତ ମୋରଡା କୋର୍ଟ ରେ କାର୍ଯ୍ୟରତ କନେଷ୍ଟବଳ ଙ୍କ କୌଣସି କାରଣ ବଶତ ବାଚସା ହୋଇଥିଲା,ବହୁ ପୁରୁଣା ଘଟଣା କୁ କେନ୍ଦ୍ର କରି କନେଷ୍ଟବଳ କମଳ ଲୋଚନ ମହାନ୍ତ ଙ୍କୁ ଗାଳି ଗୁଲଜ କରିଥିଲେ, ବୋଲି ଅଭିଯୋଗ ହୋଇଥିଲା,ପରବର୍ତୀ ସମୟ ରେ ଉଭୟ ଙ୍କ ମଧ୍ୟରେ ୱପସ ସମାଧାନ ମଧ୍ୟ୍ୟ ହୋଇଥିଲା. କିନ୍ତୁ କମଲ ମହାନ୍ତ ମୋରଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ,ଘଟଣା ଘଟିବା ର ପରଦିନ ଅର୍ଥାତ ଶନିବାର ତା 29/8/2026ରିଖ ସନ୍ଧ୍ୟା ବେଳେ ହଟାତ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ତାଙ୍କ ଔଷଧ ଦୋକାନ ରୁ ବଣିକ ସଙ୍ଘ ସଭାପତି ଙ୍କୁ ଗିରଫ କରି କେଶ ନମ୍ବର 338/26 ରେ ମାମଲା ରୁଜୁ କରି ଦଫା ,126/2, 308/2,132/296/351(2)/3(5)BNS ରେ ରବିବାର ମୋରଡା ଜେ ଏମ ଏଫ ସି କୋର୍ଟ ରେ ହାଜାର କରିଥିଲେ , ମାନ୍ୟବର ଅଦାଲତ ଘଟଣା କ୍ରମ କୁ ଅନୁଧ୍ୟାନ କରି ଗୋଟିଏ ଦିନରେ ନିସର୍ତ୍ତ ଜାମିନ ପ୍ରଦାନ କରିଥିଲେ, ଜାମିନ ରେ ବାହାରିବା ପରେ ବଣିକ ସଙ୍ଘ ସଭାପତି ସୌରଭ ମହାନ୍ତି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ ରାଜନୀତିକ ଆକ୍ରୋଶ ରଖି କେଶ କରାଯାଇଛି, ଯେ ହେତୁ ସେ ବଣିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବା ସହିତ ଅଞ୍ଚଳ ର ସମସ୍ୟା କୁ ନେଇ ସବୁ ବେଳେ ସ୍ୱର ଉତ୍ତୋଳନ କରିଥାନ୍ତି,ତେଣୁ ରାଜନୀତିକ ଚକ୍ରାନ୍ତ କରି ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଛି,କିନ୍ତୁ ମାନ୍ୟବର ଅଦାଲତ ଠିକ ବିଚାର କରି ନିସର୍ତ୍ତ ଜାମିନ ପ୍ରଦାନ କରିଛନ୍ତି | ଶାଣିତ ସ୍ଵରରେ ସୌରଭ କହିଛନ୍ତି “ଯେତେ ମିଛ କେଶ କଲେ ମଧ୍ୟ୍ୟ ମୋ ସ୍ୱର କୁ କେହି ଚାପି ପାରିବେ ନାହିଁ । ଯୋଉ ମାନେ ମୋତେ ଫସେଇବା ପାଇଁ ଚକ୍ରାନ୍ତ କରିଛନ୍ତି ଆଗାମୀ ଦିନରେ ଜନତା ତାଙ୍କୁ କଡା ଜବାବ ଦେବେ”
Report:-Tusar Behera