ରାଇରଙ୍ଗପୁର ପୌରପରିଷଦ ପରିସରରେ ଆଜି ୬୬ତମ ନିଖିଳ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସହରର ବିକାଶ ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ ନିଆଯାଇଥିଲା। ପରେ ପରେ ସହରର ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ମେଡିକାଲ ରେ ରୋଗୀଙ୍କୁ ଫଳ ବିସ୍କୁଟ ବଣ୍ଟନ , ପରେ ରାଇରଙ୍ଗପୁର କଚେରୀ ଷ୍ଟାଡିୟମ ଠାରେ ପୌରପାଳିକା ଅନ୍ତର୍ଗତ ବିଦ୍ୟାଳୟ ସ୍ତରୀୟ ପ୍ଯାରେଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କ ଗହଣରେ ମୁଖ୍ଯ ଅତିଥି ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟନାୟକ ପହଁଞ୍ଚିଥିଲେ । ଆଜି ପାଣିପାଗ ବିଭାଗ ର ସତର୍କ ସୂଚନା ନେଇ ତୁହାକୁ ତୁହା ଲଘୁଚାପ ଯୋଗୁଁ ଓ ବର୍ଷା ର ବିଭୀଷିକା ରେ ପ୍ଯାରେଡ ପ୍ରଦର୍ଶନୀ କୁ ଅନୁଷ୍ଠାନିକ ଭାବେ ବାତିଲ କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ ବନ୍ଦେ ମାତରମ ଗାନ ଓ ମୁଖ୍ଯ ଅତିଥି ଅଧ୍ୟକ୍ଷ ଅଭିଷେକ ପଟନାୟକ ଙ୍କ ଦ୍ବାରା ଜାତୀୟ ପତାକା କରିଥିଲେ। ଆଜି ୬୬ ତମ ନିଖିଳ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସର ରେ ଆଗାମୀ ଦିନରେ ରାଇରଙ୍ଗପୁର ସହର ର ବିକାଶ ମୂଳକ କାର୍ଯ୍ଯ ଓ କଣ ସପ୍ନ ରହିଛି ତାହା ସମ୍ପର୍କ ରେ ଜନସାଧାରଣ ଉଦ୍ଦେଶ୍ଯରେ ଅଭିଭାଷଣ ରଖିଥିଲେ। ଏବଂ କହୁ କହୁ କହିଦେଲେ ଏହି ପୌରପରିଷଦ କାର୍ଯ୍ଯକାରୀ ଆଉ ୪ ରୁ ୬ ମାସ ରହିଛି ତେଣୁ ବିକାଶ ଦିଗରେ ରାଜ୍ୟ ସରକାର ଙ୍କ ସହଯୋଗ ରହିଛି, ଆଜି ମୁଖ୍ଯମନ୍ତ୍ରୀ ଙ୍କ ଦ୍ବାରା ଭିସି ମାଧ୍ୟମ ରେ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ପୁରୁଣାଘାଟୀ ରେ ନିର୍ମିତ ହୋଇଥିବା ସଭା ଗୃହ ବା କଲ୍ୟାଣ ମଣ୍ଡପ ଓ ବାଇଦାପୋଷି ଏକ ନଂ-୧ର ୱାର୍ଡର ପୋଖରୀଢିପାରେ ଥିବା ଫିକାଲ ସ୍ଲଜ ଟ୍ରିଟମେଣ୍ଟ ଫ୍ଲାଣ୍ଟ କୁ ଲୋକାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଙ୍କୁ ପୌରପରିଷଦ ତରଫରୁ ଭବ୍ଯ ସ୍ବାଗତ କରାଯାଇଥିଲା ।ସହରର ପ୍ରତ୍ୟେକଟି ୱାର୍ଡର ସର୍ବାଙ୍ଗୀନ ଉନ୍ନତି, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ ଓ ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପୌରାଞ୍ଚଳବାସୀଙ୍କୁ ଉତ୍ତମ ନାଗରିକ ସେବା ଯୋଗାଇଦେବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ପୌରପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସକୁନ୍ତଳା ହାଁସଦାଃ ଯୋଗଦେଇ ସହରର ଉନ୍ନୟନମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟନ ନେଇ ଆଲୋକପାତ କରିଥିଲେ।
ଏହି ଅବସରରେ ପୌରାଞ୍ଚଳର ସମସ୍ତ କାଉନସିଲର, ପୌର କର୍ମଚାରୀ, ସଫେଇ କର୍ମଚାରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ସହରର ପରିମଳ ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା। ସଂନ୍ଧ୍ଯା ଅଧିବେଶନ ରେ ରାଇରଙ୍ଗପୁର କଚେରୀ ଅସ୍ଥାୟୀ ମଞ୍ଚରେ ବିଦ୍ୟାଳୟ ସ୍ତରୀୟ କୌତୁକ ପୋଷାକ ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୌରପରିଷଦ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।