କଟକ: ଚଳିତ ବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ବିପଦପୂର୍ଣ୍ଣ ତଥା ଅସୁରକ୍ଷିତ ଦୋଳି ଚାଲିବାକୁ ଦିଆଯିବ ନାହିଁ। ଏନେଇ ମୀନା ବଜାର ଆସୋସିଏସନ ପକ୍ଷରୁ କଡ଼ା ନିଷ୍ପତ୍ତି ନିଆଯାଇଛି।
ଦୋଳିଗୁଡ଼ିକର ସୁରକ୍ଷା ଯାଞ୍ଚ, ମାନଦଣ୍ଡ ପାଳନ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ଯେଉଁ ଦୋଳିରେ ତ୍ରୁଟି କିମ୍ବା ଦୁର୍ଘଟଣାର ଆଶଙ୍କା ରହିବ, ତାହାକୁ ବନ୍ଦ କରାଯିବ। ଦର୍ଶକଙ୍କ ଜୀବନ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଆସୋସିଏସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।