‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆଦିଲ୍ଲୀରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ରୁ ପଞ୍ଚମ କିସ୍ତି ବଣ୍ଟନର ପ୍ରସ୍ତୁତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ଏଥିପାଇଁ ପ୍ରାୟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଖାତାକୁ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଟଙ୍କା ଠିକ୍ ସମୟରେ ପହଞ୍ଚାଇବା ପାଇଁ e-KYC, ଆଧାର ସଂଯୋଗୀକୃତ ବ୍ୟାଙ୍କ ଖାତା, NPCI ମ୍ୟାପିଂ ଓ ହିତାଧିକାରୀଙ୍କ ଯାଞ୍ଚ ଭଳି ପ୍ରକ୍ରିୟାକୁ ସୁଦୃଢ଼ କରାଯାଇଛି।