ବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍ ଉପରେ ଚଢ଼ାଉ : ରାଜ୍ୟ ବ୍ୟାପି ଅଭିଯାନ ?
କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ୩ଟି ବସ୍କୁ ଜବତ କରିଛନ୍ତି। ଯାଞ୍ଚ ବେଳେ ୨ଟି ବସ୍ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍ର ଫିଟନେସ୍ ନଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ବସ୍ ମଧ୍ୟରୁ ଗୋଟିଏକୁ ସିଜ୍ କରି ନରାଜସ୍ଥିତ ପରିବହନ କାର୍ଯ୍ୟାଳୟକୁ ପଠାଯାଇଛି। ଅନ୍ୟ ୨ଟି ବସ୍ ଜାତମୁଣ୍ଡିଆ ପେଟ୍ରୋଲ ପମ୍ପ ନିକଟରେ ରଖାଯାଇଛି। ପରିବହନ ବିଭାଗର ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଏହି ବସ୍ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ଓଡିଶା ଅନ୍ୟ ଅଞ୍ଚଳ ର ପରିବହନ ବିଭାଗ ଅଧିକାରୀ ମାନେ କେବେ ତତ୍ପରତା ସହିତ ଦୃଢ ପଦକ୍ଷେପ ନେବେ ଏବଂ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ସୁନିଶ୍ଚିତ କରିବେ |