ବିଜେଡି ସଂଖ୍ୟାଲଘୁ ସେଲ୍ର ନବକଳେବର; ସେଲ୍ର ସଭାପତି ଭାବେ ନିଜାମୁଦ୍ଦିନଙ୍କ ନାମ ଘୋଷଣା ||
ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍ର ନବକଳେବର କରିଛନ୍ତି। ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍.କେ. ନିଜାମୁଦ୍ଦିନଙ୍କୁ ରାଜ୍ୟ ସଂଖ୍ୟାଲଘୁ ସେଲ୍ର ସଭାପତି ଦାୟିତ୍ୱ ମିଳିଛି।
ସେହିପରି ଦିଲୀପ ତୀର୍କି, ମୁଜିବୁଲ୍ଲା (ମୁନ୍ନା) ଖାନ ଏବଂ ସାଂସଦ ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ସେଲ୍ର ଉପଦେଷ୍ଟା ନିଯୁକ୍ତ କରାଯାଇଛି। ରୋହିତ ଯୋଶେଫ ତୀର୍କି, ରିଜୱାନା ବେଗମ ଓ ଅମଜାଦ ଅଲ୍ଲୀ ଖାନଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ନୂଆ ଟିମ୍ରେ ୨୮ ଜଣ ଉପସଭାପତି, ୩୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ଜଣ ସାଧାରଣ ସମ୍ପାଦକ, ୨୫ ଜଣ ସମ୍ପାଦକ ଓ ୨୧ ଜଣ ଯୁଗ୍ମ ସମ୍ପାଦକଙ୍କୁ ସାମିଲ କରାଯାଇଛି।