ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା କ୍ଷେତ୍ର ରେ ଏକ ଜଘନ୍ୟ ଲୁଟର ଖବର ହସ୍ତଗତ ହୋଇଛି । ନୂଆଗାଁ ପୋଖରୀ ନିକଟରେ କୋଷ୍ଠା ଅଞ୍ଚଳର ଗହଣା ବ୍ୟାପାରୀ ତପନ ବେହେରାଙ୍କୁ ବନ୍ଧୁକ ମୁନାରେ ଲୁଟ କରିଛନ୍ତି ଲୁଟେରା |ତପନ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗହଣା ବ୍ଯାଗରେ ତାଙ୍କ ସାପ୍ତାହିକ ହାଟ ଦୋକାନର ସମସ୍ତ ସୁନା ରୂପା ଅଳଙ୍କାର ମୋହଜୁଦ ଥିଲା। (ପ୍ରାୟ ୪ କି:ଗ୍ରା ରୂପା ସମେତ ୩୦ ଗ୍ରାମ ସୁନା ) ଚାରିଜଣ ଦୁର୍ବୁତ୍ତ ୨ଟି ବାଇକ ରେ ଆସି ତାଙ୍କ କାର ଉପରକୁ ଆକ୍ରମଣ କରିଥିଲେ | ୩ଜଣଙ୍କ ହାତରେ ପିସ୍ତଲ ଥିବା ବେଳେ ଜଣକ ହାତରେ ହାତୁଡି ଥିଲା। ଲୁଟ ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୁତ୍ତ ଙ୍କ ଗୋଟିଏ ବାଇକ ଷ୍ଟାର୍ଟ ହୋଇ ନ ଥିଲା । ସେମାନେ ଗୋଟିଏ ବାଇକ କୁ ଘଟଣାସ୍ଥଳୀରେ ଛାଡି ଦେଇ ୪ ଜଣା ଯାକ ଅନ୍ୟ ବାଇକରେ ଗହଣା ବ୍ୟାଗ ସମେତ ଚମ୍ପଟ ମାରିଥିଲେ । ମୁରୁଡା ପୋଲିସ ତଦନ୍ତ ଜାରୀ ରଖିଛି ।