ତିରିଙ୍ଗ ୧୬/୮( KMP ) :- ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ମ୍ବରୁଦ୍ଧର ସାମନ୍ତରାୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି ନିଜ ଅଭିଭାଷଣ ରଖିଥିଲେ l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶନୁ ଦେଓ ସ୍ୱାଧୀନତାର ଯଥାର୍ଥ ଉଦାହରଣ ଦେଇଥିଲେ l ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟିର ସଦସ୍ୟ ତଥା ପ୍ରଧାନ ଶିକ୍ଷକ ଦେବାଶିଷ କର ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ମା ଚାରିଟେବୁଲ ର ଅନ୍ୟ କର୍ମକର୍ତ୍ତା ଯଥା ଜ୍ଞାନେନ୍ଦ୍ର ବସା, ଅଜୟ ପଣ୍ଡା, ପ୍ରୀତିରଞ୍ଜନ ମିଶ୍ର ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମଳୟ କାନ୍ତ ମିଶ୍ର, ସଂଜୀବ କୁମାର ସାହୁ, ଇସ୍ପିତା ପାଣିଗ୍ରାହୀ, ହେନା ସଥପଥୀ, ଲିପ୍ସା ବିହାରୀ, ସୀତାମଣି ମାରାଣ୍ଡି , ଯାଉନା ମାଝୀ, ରୁପାଲୀ ପଣ୍ଡା, ସୁନିତା ପାଟବନ୍ଧା, ସୌରଭ ପ୍ରଧାନ, ସଶ୍ମିତା ମୁଣ୍ଡା ତଥା ଅଣ ଶିକ୍ଷକ ରବୀନ୍ଦ୍ର ସେଠି, ଶିଖା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ପରେ, ପରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l