ପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା : ଥୁଆମୂଳ ରାମପୁର ବ୍ଲକ,କଳାହାଣ୍ଡି ||
କଳାହାଣ୍ଡି/ଥୁଆମୂଳ ରାମପୁର :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ଯୋଗୁଁ କୋମଳମତି ଶିଶୁ ଓ ଗର୍ଭବତୀ ମାଁ ମାନେ ଏହି ବିପଦପୂର୍ଣ୍ଣ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି। କେନ୍ଦ୍ରର ମୁଖ୍ୟ ସମସ୍ୟା ହେଲା ସାମାନ୍ୟ ବର୍ଷା ହେଲେ ଅଙ୍ଗନୱାଡି କେନ୍ଦ୍ର ଛାତରୁ ପାଣି ଝରୁଛି, ଯାହା ଦ୍ୱାରା କୋଠରୀ ଭିତରେ ପାଣି ଜମି ରହୁଛି। ଫଳରେ କୋଠରୀର କାନ୍ଥ ଓ ଛାତ ଦୁର୍ବଳ ହୋଇପଡ଼ିଛି। ଯଦ୍ବାରା କେନ୍ଦ୍ରଟି ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ହୋଇପଡ଼ିଛି। ଛାତରୁ ପାଣି ନ ଝରିବା ପାଇଁ କେନ୍ଦ୍ରକୁ ପଲିଥିନ୍ ଢ଼ାଙ୍କି ଥିବା ରଖିଥିବା ଦେଖିବାକୁ ମିଳିଛି। ପାଣି ଝରିବା ଯୋଗୁଁ ଶିଶୁମାନଙ୍କ ବସିବା, ପାଠପଢ଼ିବା ଏବଂ ରନ୍ଧା ଖାଦ୍ୟ ନିରାପଦରେ ରଖିବାରେ ନାହିଁ ନଥିବା ସମସ୍ୟା ହେଉଛି। ଅଙ୍ଗନୱାଡି କର୍ମୀ ଶ୍ରୀମତି ସ୍ମୃତିରେଖା ମାଝୀ ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିବା ସତ୍ତ୍ବେ ପ୍ରଶାସନ ଓ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବା ସେ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଏହାର ତୁରନ୍ତ ମରାମତି କିମ୍ବା ନୂତନ କୋଠରି ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
କବିରାଜ ଦୁର୍ଗାଙ୍କ ରିପୋର୍ଟ, କଳାହାଣ୍ଡି