ଭବାନୀପାଟଣା :- ତା.୧୬.୦୮.୨୦୨୬ ଭବାନୀପାଟଣା ବ୍ଲକ ସ୍ଥାନୀୟ ସାପସିଲେଟ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଳା ସମ୍ପାଦକ ବଶିଷ୍ଠ ଭୋଇଙ୍କ ଅଧ୍ୟକ୍ଷତାରେ ସଦର ବ୍ଲକ ର କର୍ମକର୍ତ୍ତା ଚୟନ ନିମନ୍ତେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଭବାନୀପାଟଣା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଏସ.ସି. ,ଏସ୍. ଟି ବର୍ଗର ଶିକ୍ଷକ,ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରି ନିଜ ନିଜ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଂପାଦକ ବ୍ଲକ କର୍ମକର୍ତ୍ତା ଚୟନ ଵିଧି ଓ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଅବଗତ କରାଇବା ପରେ ଉପସ୍ଥିତ ସଭ୍ୟ ସଭ୍ୟା ବୃନ୍ଦ କ୍ରମନ୍ଵୟରେ ବିଭିନ୍ନ ପ୍ରସାଵ ଆଗତ ଓ ସମର୍ଥନ କରି ସର୍ବ ସମ୍ମତି କ୍ରମେ ବ୍ଲକ ସଭାପତି ନିମନ୍ତେ -କପୁରଚନ ବାଗ, ଉପ ସଭାପତି ଭାବେ ଲାଷ୍ମୀକାନ୍ତ ନାଏକ, ବୈଷମ ମାଝୀ, ସମ୍ପାଦକ ପଦବୀରେ ଅଙ୍ଗଦ ମାଝୀ, ସହ ସମ୍ପାଦକ ଭାବେ ରୋମାଞ୍ଚଳ ଧରୁଆ,ରୋଜାଳୀନ ପୁଟା,କୋଷାଧକ୍ଷ୍ୟ ଭାବେ ମଞ୍ଜୁଳା ମାଝୀ ପ୍ରମୁଖ ନେତୃ ମଣ୍ଡଳୀଙ୍କ ନାମ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ।ଏହି ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ ସଭାରେ ଜିଲ୍ଲା ସହସମ୍ପଦକ ବୈକୁଣ୍ଠ ବେମାଲ ଯୋଗଦାନ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଂଘର ଉଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିବା ବେଳେ ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ନାଏକ,ଉମେଶ ଚନ୍ଦ୍ର ମାଝୀ ପ୍ରମୁଖ ସମସ୍ତଙ୍କୁ ମିଳିତ ଭାବରେ ସଂଗଠନକୁ ଆଗେଇ ନେବା ନିମନ୍ତେ ଆହ୍ୱାନ କରିଥିଲେ । ନବ ନିର୍ବାଚିତ ବ୍ଲକ କମିଟି ର ଅନୁମୋଦାନ ନିମନ୍ତେ ଜିଲ୍ଲା ସଂଗଠନ ସମ୍ପାଦକ ଙ୍କ ଜରିଆରେ ସର୍ବ ସମ୍ମତି କ୍ରମେ ପ୍ରେରଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ସଭା ଶେଷରେ ସି ଆର ସି.ସି.ଦୁଷ୍ମନ୍ତ ମାଝି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣପରେ ସଭା ସାଂଗ କରାଯାଇଥିଲା ।
Report:-କବିରାଜ ଦୁର୍ଗା (କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର )
