ମୟୂରଭଞ୍ଜ (ନି ପ୍ର): ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବର୍ଷା ଏବେ ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ ସୂଚନା ଅନୁଯାଇ ସମସ୍ତ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜ ବିଦ୍ୟାଳୟରେ ସାଧାରଣ ଭାବେ ଉପସ୍ଥିତ ରହିବେ। ସେମାନେ କ୍ଲାସ୍ WhatsApp, ଫୋନ୍ କଲ୍, SMS ଆଦି ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକ/ଅଭିଭାବିକାଙ୍କୁ ସ୍କୁଲ୍ ବନ୍ଦ ସମ୍ପର୍କରେ ଅବଗତ କରାଇବେ, ଯାହାଫଳରେ କୌଣସି ଛାତ୍ରଛାତ୍ରୀ ସ୍କୁଲ୍କୁ ନଆସନ୍ତି।