ବାଲେଶ୍ୱର, ଖନ୍ତାପଡ଼ା ଏନ୍ଏଚ୍-୧୬ରେ NCBର ଚଢ଼ାଉ, କାର ସମେତ ୨ ଅଟକ |
ଅନୁଗୁଳରୁ ଦୀଘା ଅଭିମୁଖେ ଗଞ୍ଜେଇ ଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଏନ୍ଏଚ୍-୧୬ରେ ଚଢ଼ାଉ କରିଛି ଭୁବନେଶ୍ୱର NCB ଟିମ୍। ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ୨ଟି କାର୍କୁ ଜବତ କରାଯାଇଛି। ଦୁଇଟି କାର୍ରୁ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି।
NCB ଟିମ୍ ଗଞ୍ଜେଇ ଚାଲାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।