ପୁରୁଣାପଡ଼ାରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ: ଭବାନୀପାଟଣା
ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଶୁକ୍ରବାର ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଭୋରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ବିଭିନ୍ନ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା।
ଏହି ଅବସରରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କୁ ସ୍ୱତନ୍ତ୍ର ଶୃଙ୍ଗାର କରାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଜନ୍ମାଷ୍ଟମୀ ପାଇଁ ପୁରୁଣାପଡ଼ା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ।
ମନ୍ଦିରର ପୂଜକ ରଥାଙ୍ଗ ଠାକୁର, ସଦାଶିବ ରଥ ଓ ବିରଞ୍ଚି ମିଶ୍ର ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ। ମନ୍ଦିର ଟ୍ରଷ୍ଟି ସଦସ୍ୟ ନିରଞ୍ଜନ ପ୍ରଧାନ, ମନ୍ଦିର ସମୂହ ସଭାପତି ଇନ୍ଦ୍ରଜିତ ମହାଖୁଡ଼ଙ୍କ ସମେତ ଭାବଗ୍ରାହୀ ନାୟକ, ଦୁଃଖିଶ୍ୟାମ ପ୍ରଧାନ, ବିକାଶ ପ୍ରଧାନ, ଆଲୋକ ସାହୁ, କାହ୍ନୁ ପ୍ରଧାନ, ଦୀପକ ସାହୁ, ସୀତାକାନ୍ତ ପ୍ରଧାନ, ସୁଶାନ୍ତ ମହାରଣା, ପରୀକ୍ଷିତ ବିଶ୍ୱାଳ, ଚନ୍ଦ୍ରଶେଖର ଡାକୁଆ, କାଳୀ ପ୍ରସାଦ ଡାକୁଆ, ଶ୍ରୀଧର ପଳାଇ, ରାଜକୁମାର ସାହୁ, ପ୍ରତାପ ପ୍ରଧାନ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।