ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ରାଜଧାନୀ ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ, ଜନକଲ୍ୟାଣ ସମେତ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଉଭୟେ ଆଲୋଚନା କରିଥିଲେ। ଏଥିସହ ରାଜ୍ୟ ପାଇଁ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ବିଷୟରେ ମତ ବିନିମୟ ହୋଇଥିଲା। ଏହି ମତ ବିନିମୟ କୁ ଆଧାର କରି ଓଡିଶା ରାଜନୀତିରେ ଆକଳନ ର ବଜାର ଗରମ ରହିଛି ! ବିରୋଧୀ ଏହାକୁ ସିଧା ମନ୍ତ୍ରୀମଣ୍ଡଳ ଅଦଳବଦଳ ସହିତ ଯୋଡି ଆଲୋଚନା କଲାବେଳେ, ଅଧିକାରିକ ସୂଚନା କିନ୍ତୁ ଭିନ୍ନ ରହିଛି |
ଡ. କମ୍ଭମପାଟି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଗସ୍ତ ସମୟରେ ସେ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ସାକ୍ଷାତ କରୁଛନ୍ତି।
ଏହା ପୂର୍ବରୁ ଗୁରୁବାର ରାଜ୍ୟପାଳ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କୁ ଭେଟି ଓଡ଼ିଶାର ବିକାଶ, ଶାସନ ବ୍ୟବସ୍ଥା ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।