ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଇଲାକାର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅସହାୟତା ସୁଯୋଗରେ ଜଣେ ପୂର୍ବ ପରିଚିତ ସହକର୍ମୀ ଓ ତା’ ସହଯୋଗୀ ଯୋଜନାବଦ୍ଧ ଭାବେ ବଡ଼ଚଣା ଥାନା ଚଣ୍ଡିଖୋଲ-ମହାବିନାୟକ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଡାକ ବଙ୍ଗଳାରେ, ଏହି ଅମାନୁଷିକ କାଣ୍ଡ ଘଟାଇ ଥିବା ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି।
ମୃଦୁ ପାନୀୟରେ ମଦ ମିଶାଇ ବେହୋସ କରାଇବା ପରେ ୨ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ସେଠାରେ ଛାଡ଼ି ପଳାଇଥିଲେ। ରାତିସାରା ପୀଡ଼ିତା ସେଠାରେ ଶୋଇ ରହିଥିଲେ। ସକାଳ ୬ଟାରେ ଉଠିବା ପରେ ଭଉଣୀ-ଭିଣୋଇଙ୍କୁ ସେ ଫୋନ୍ କରିଥିଲେ। ସେମାନେ ଘଟଣାସ୍ଥଳକୁ ଆସି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଘଟଣାର ପୃଷ୍ଠଭୂମିକୁ ନେଇ ଏ ସଂକ୍ରାନ୍ତରେ କଳିଙ୍ଗନଗର ଥାନାରେ ଏକ କେସ୍ ରୁଜୁ ହୋଇଥିବା ଜଣାପଡ଼ିଛି।