PRM ମେଡିକାଲ କଲେଜକୁ ଚାଲିଲା ମୁଖ୍ୟମନ୍ତ୍ରୀ ବସ୍ : ବାରିପଦା
ବାରିପଦାବାସୀଙ୍କ ପାଇଁ ଯାତାୟତ କ୍ଷେତ୍ରରେ ଆଉ ଏକ ସୁବିଧା ଯୋଗ ହୋଇଛି। ବାଲେଶ୍ୱର ଗୋଲେଇରୁ ମୁର୍ଗାବାଡି, ବସ୍ଷ୍ଟାଣ୍ଡ ଦେଇ PRM ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଆରମ୍ଭ ହୋଇଛି। ବିଶେଷକରି ଚିକିତ୍ସା ପାଇଁ PRM ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ନିର୍ଭରଶୀଳ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ସାଧାରଣ ଯାତ୍ରୀଙ୍କ ପାଇଁ ଏହି ବସ୍ ସେବା ଉପଯୋଗୀ ହେବ ବୋଲି ଆଶା କରାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଗୋଟିଏ ଦିନରେ ପ୍ରାୟ ୫ ଥର ବସ୍ଟି PRM ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାତାୟତ କରୁଛି। ଫଳରେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ଯାତାୟତ ସୁବିଧା ଆହୁରି ସହଜ ହେବ ବୋଲି ଆଶା ରହିଛି।
PRM ମେଡିକାଲ କଲେଜ ଓ ହସ୍ପିଟାଲକୁ ସରକାରୀ ବସ୍ ସେବା ଯୋଡ଼ାଯିବାକୁ ନେଇ ବାରିପଦାବାସୀଙ୍କ ମଧ୍ୟରେ ମଧ୍ୟ ଖୁସି ପ୍ରକାଶ ପାଇଛି।