ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷ୍ୟରୁ 41ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଚତୁର୍ଥ ଦିବସରେ ପୁରୁଣା ବ୍ରହ୍ମପୁରର ମେଣ୍ଟୁ ଛକରେ ସଚେତନତା ପଦଯାତ୍ରା ଓ ପଥପ୍ରାନ୍ତ ସଭା କରାଯାଇଛି I ଆଜିର କାର୍ଯ୍ୟକ୍ରମର ଅଧ୍ୟକ୍ଷ କେ.ନାନ୍ଦେଶୁ ସେନାପତି, ବକ୍ତବ୍ୟ ରଖି କହିଥିଲେ ଯେ ଭାରତରେ କରିନିଆ ଜନିତ ସମ୍ପୂର୍ଣ୍ଣ ବା ଆଂଶିକ ଦୃଷ୍ଟି ହରାଇ ଥିବା ବ୍ୟକ୍ତି ପ୍ରାୟ 30 ଲକ୍ଷ୍ୟ ଅଛନ୍ତି I ଏମାନଙ୍କୁ ଦୃଷ୍ଟି ଶକ୍ତି ଯୋଗାଇବାର ଏକମାତ୍ର ପନ୍ଥା ହେଉଛି ଅନ୍ୟ ମୃତବ୍ୟକ୍ତି ଠାରୁ ସଂଗ୍ରହ କରାଯାଇ ଥିବା କରିନିଆକୁ ଆଂଶିକ କିମ୍ଵା ସମ୍ପୂର୍ଣ୍ଣ ଭାବେ ଅନ୍ଧ ବ୍ୟକ୍ତି ଙ୍କ (କରିନିଆ ଜନିତ ଅନ୍ଧତ୍ତ୍ଵ) ଠାରେ ପ୍ରତିରୋପଣ କରିବା I ଭାରତରେ ବାର୍ଷିକ 1,50,000 କରନିଆ ଆବଶ୍ୟକ ଥିବା ବେଳେ 2025 ମସିହାରେ କେବଳ 53797 କରିନିଆ ସଂଗ୍ରହ କରାଯାଇଥିଲା I ଏହାକୁ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହି ପକ୍ଷ ପାଳନ କରାଯାଇ ସଚେତନତା କରାଯାଇ ଥାଏ I
ଯେଉଁ ବ୍ୟକ୍ତି ମୃତ୍ୟୁ ପରେ ଚକ୍ଷୁ ଦାନ କରିବା ପାଇଁ ଇଚ୍ଛୁକ, ତାଙ୍କ ଦାୟାଦ ବା ବନ୍ଧୁବାନ୍ଧବ ପ୍ରଥମେ ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ତକିଆ
ଦେଇ ରଖିବେ ଓ ଆଖିରେ ଓଦା ତୁଳା ବା କନାଦେଇ ଘୋଡାଇ ରଖି ଘରର ସମସ୍ତ ପଙ୍ଖା ବନ୍ଦ କରିବେ I ପରେ ଚକ୍ଷୁ ବିଭାଗକୁ କିମ୍ବା ଆମ କ୍ଲବ ଜଣାଇଲେ ଚକ୍ଷୁ ବିଶେଷଜ୍ଞ ଘରକୁ ପହଂଚି ଚକ୍ଷୁ (କରିନିଆ) ବା ଆଖି ଉପରେ ଥିବା ସ୍ଵଚ୍ଛପରଳ ସଂଗ୍ରହ କରିବେ I
ଏଠାରେ ମନେରଖିବାକୁ ପଡିବ ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଏହା ହେବାକୁ ପଡିବ I ଏହି ସ୍ଵଚ୍ଛ ପରଳ ଦୁଇଟିକୁ ନେଇ ଚକ୍ଷୁ ବ୍ୟାଙ୍କରେ ରଖାଯାଏ ଓ କରନିଆ ଯୋଗୁଁ ହୋଇଥିବା ଅନ୍ଧ ବ୍ୟକ୍ତିଙ୍କ ଠାରେ ପ୍ରତି ରୋପଣ କରାଯାଏ ଓ ବ୍ୟକ୍ତିଟି ଦୃଷ୍ଟିପାଇ ଏହି ପୃଥିବୀର ଆଲୋକ ଦେଖିପାରିବେ I ବ୍ରହ୍ମପୁର ଚକ୍ଷୁ ବ୍ୟାଙ୍କ୍ ଦ୍ଵାରା ଗତ ପାଞ୍ଚ ବର୍ଷରେ 168 ଟି କରିନିଆ ସଂଗ୍ରହ ହୋଇଥିବା ବେଳେ 108 ଜଣଙ୍କ ମଧ୍ୟରେ ପ୍ରତି ରୋପଣ କରାଯାଇ ପାରିଛି ଓ ସେମାନେ ଦୃଷ୍ଟିଶକ୍ତି ପାଇ ସାଧାରଣ ଜୀବନ ଯାପନ କରୁଛନ୍ତି I
ଜନ ସାଧାରଣ ଆଗକୁ ଆସି ମୃତ ଶରିରକୁ ପୋତି ବା ପୋଡିବା ପୂର୍ବରୁ ଚକ୍ଷୁ ଦାନ କରିବା ପରେ ସମସ୍ତ ଅନ୍ତେଷ୍ଟି କ୍ରିୟା କରିପାରିବେ
ବୋଲି ଅନ୍ୟତମ ବକ୍ତା ଜେ. ସୁରେଶ କହିଥିଲେ I
ସେହିପରି ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବର ପୂର୍ବତନ ପି. ସ୍ରିନିବାସ ରାଓ , କେ.ପୁରୁଷୋତ୍ତମ ସୁବୁଦ୍ଧି, ଭି. ଭି ରାଜୁ ସଭାପତି ଅନିଲ କୁମାର ଚୌଧୁରୀ, ସମ୍ପାଦକ ପି.କିରଣ କୁମାର, ପୂର୍ବତନ ସଭାପତି କେ.ପୁରୁଷୋତ୍ତମ ସୁବୁଦ୍ଧି, , ବି. ଲକ୍ଷ୍ମୀନାରାୟଣ ପାତ୍ର, Ch. ଶିବ ପ୍ରାସାଦ ରାଓ, E.D. ପାତ୍ର, କେ. ରଘୁରାମ , S. ଶ୍ୟାମସୁନ୍ଦର ରାଓ ,K. ନାଗେଶ୍ଵର ପୃଷ୍ଟି , ମନୋଜ କୁମାର ପାଢ଼ୀ ତଥା ବହୁ ସଭ୍ୟ ଯୋଗ ଦେଇଥିଲେ I