୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି ଏବଂ ପିଏନଜିି ଗ୍ୟାସ ସିଲିଣ୍ଡର ସହ ଜଡ଼ିତ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଇଣ୍ଡେନ, ଏଚପି କିମ୍ୱା ଭାରତ ଗ୍ୟାସ ର ଗ୍ରାହକ ହୋଇଥାନ୍ତୁ ନା କାହିଁକି, ଏହି ନୂଆ ନିୟମଗୁଡ଼ିକର ସିଧାସଳଖ ପ୍ରଭାବ ଆପଣଙ୍କ ଘରର ରୋଷେଇ ବଜେଟ ଏବଂ ସିଲିଣ୍ଡର ଡେଲିଭରୀ ଉପରେ ପଡ଼ିବ। ଆସନ୍ତୁ ଜାଣିବା ୧ ସେପ୍ଟେମ୍ୱରରୁ କେଉଁ କେଉଁ ୭ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ଦରରେ ପରିବର୍ତ୍ତନ
ପ୍ରତି ମାସର ୧ ତାରିଖରେ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ୧୪.୨ କିଲୋଗ୍ରାମ ଘରୋଇ ଏବଂ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର କରନ୍ତି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ (ଅଶୋଧିତ ତୈଳ) ର ମୂଲ୍ୟ ଆଧାରରେ ୧ ସେପ୍ଟେମ୍ୱରରେ ଗ୍ୟାସ ସିଲିଣ୍ଡର ଦାମ୍ରେ ସଂଶୋଧନ (ହ୍ରାସ କିମ୍ୱା ବୃଦ୍ଧି) ଦେଖିବାକୁ ମିଳିପାରେ।
Aadhaar e-KYC ର ଶେଷ ତାରିଖ
LPG ବାୟୋମେଟ୍ରିକ ଆଧାର e-KYC କରିବାର ଶେଷ ତାରିଖ ୩୧ ଅଗଷ୍ଟ ସ୍ଥିର କରାଯାଇଥିଲା। ୧ ସେପ୍ଟେମ୍ୱରରୁ ବିନା e-KYC ଗ୍ରାହକଙ୍କୁ ସିଲିଣ୍ଡର ମିଳିବାରେ ସମସ୍ୟା ହୋଇପାରେ, କନେକ୍ସନ ଅସ୍ଥାୟୀ ଭାବେ ସସପେଣ୍ଡ ହୋଇପାରେ କିମ୍ୱା ସେମାନଙ୍କୁ କମର୍ସିଆଲ ରେଟ୍ରେ ରିଫିଲ ମିଳିବ।
ସରକାର PNG (Piped Natural Gas) କୁ ପ୍ରୋତ୍ସାହନ ଦେଉଛନ୍ତି। ୧ ସେପ୍ଟେମ୍ୱରରୁ ଲାଗୁ ହେଉଥିବା ନୂଆ ପ୍ରୋତ୍ସାହନ ଯୋଜନା ଅଧୀନରେ, ଯଦି ଆପଣଙ୍କ ଅଞ୍ଚଳ କିମ୍ୱା ସୋସାଇଟିରେ PNG ର ପାଇପ୍ଲାଇନ ସୁବିଧା ଉପଲବ୍ଧ ଅଛି, ତେବେ ଆପଣଙ୍କୁ LPG ଛାଡ଼ି PNG କୁ ଶିଫ୍ଟ ହେବାକୁ ପଡ଼ିବ। ନୋଟିସ ପରେ ବି ଶିଫ୍ଟ ନ ହେଲେ LPG କନେକ୍ସନ କାଟି ଦିଆଯାଇପାରେ।
ନୂଆ LPG କନେକ୍ସନ ଉପରେ ରୋକ
ଗ୍ଲୋବାଲ ସପ୍ଲାଇ ଏବଂ ମିଡିଲ ଇଷ୍ଟରେ ଚାଲିଥିବା ଅନିଶ୍ଚିତତା କାରଣରୁ ନୂଆ ୧୪.୨ କିଗ୍ରା ଘରୋଇ LPG କନେକ୍ସନ ଦେବା ଉପରେ ଅସ୍ଥାୟୀ ରୋକ ଲାଗିରହିଛି। ସେପ୍ଟେମ୍ୱରରେ କମ୍ପାନୀଗୁଡ଼ିକ ଏହି କଟକଣା ଉପରେ ନୂଆ ଅପଡେଟ ଜାରି କରିପାରନ୍ତି।
ରିଫିଲ ବୁକିଂ ମଧ୍ୟରେ ଥିବା ବ୍ୟବଧାନର ନିୟମ ଲାଗୁ ରହିବ। ସହରାଞ୍ଚଳ ରେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ଅତିକମରେ ୨୫ ଦିନର ଅନ୍ତର ରହିବା ଜରୁରୀ। ସେହିପରି ଗ୍ରାମାଞ୍ଚଳ ରେ ଦୁଇଟି ବୁକିଂ ମଧ୍ୟରେ ୪୫ ଦିନର ବ୍ୟବଧାନ ରଖିବାକୁ ପଡ଼ିବ।
ଯଦି ଆପଣ LPG ରୁ PNG କୁ ଶିଫ୍ଟ ହୁଅନ୍ତି, ତେବେ ଆପଣଙ୍କୁ ନିଜର ପୁରୁଣା LPG କନେକ୍ସନ ସରେଣ୍ଡର କରିବା ପାଇଁ ୩୦ ଦିନର ସମୟ ମିଳିବ। ହେଲେ, ଭବିଷ୍ୟତରେ ଯଦି ଆପଣ ଏପରି କୌଣସି ସ୍ଥାନକୁ ଶିଫ୍ଟ ହୁଅନ୍ତି ଯେଉଁଠି PNG ନାହିଁ, ତେବେ ଆପଣ ଟ୍ରାନ୍ସଫର୍ ଭାଉଚର୍ ବ୍ୟବହାର କରି ନିଜର LPG କନେକ୍ସନ ଫେରସ୍ତ ପାଇପାରିବେ।
କମ୍ପାନୀଗୁଡ଼ିକ ଡେଲିଭରୀ ପ୍ରକ୍ରିୟାକୁ ୧୦୦% ସ୍ୱଚ୍ଛ କରିବା ପାଇଁ ଅନ୍ଲାଇନ ବୁକିଂକୁ ପ୍ରୋତ୍ସାହିତ କରିଛନ୍ତି। ଏବେ ଡେଲିଭରୀ ବୟ ଆସିବା ସମୟରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ୱରକୁ ଆସିଥିବା OTP ଶେୟାର କରିବା ବାଧ୍ୟତାମୂଳକ ହେବ, ତା’ପରେ ହିଁ ସିଲିଣ୍ଡର ଡେଲିଭରୀ ସମ୍ପୂର୍ଣ୍ଣ ହେବ।