୪୮ ନଂ ରାଜ୍ୟ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର : ରାଜପଥ ଜାମ୍
ବାଘମାରି-କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥର ସିମୋର ନିକଟରେ ରାଜପଥ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର ରଖାଯାଇଥିବା ଅଭିଯୋଗ ହୋଇଛି। ଟ୍ରଲରଟି ରାସ୍ତା ଉପରେ ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ବାଘମାରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜପଥ ଉପରେ ରଖାଯାଇଥିବା ଲୁହାଛଡ଼ ବୋଝେଇ ଟ୍ରଲରକୁ ହଟାଇଥିଲା। ଫଳରେ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।
ରାଜପଥ ଉପରେ ଏଭଳି ଭାବେ ଭାରୀ ଯାନ ରଖିବା ଦ୍ୱାରା ଯେକୌଣସି ସମୟରେ ଅଘଟଣ ଘଟିପାରେ। ତେଣୁ ରାଜପଥ ଉପରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବା ଯାନବାହନ ବିରୋଧରେ ପୋଲିସ ଓ ସମ୍ପୃକ୍ତ ବିଭାଗ ନିୟମିତ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।