ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ, ଭାବବିହ୍ୱଳ ହେଲା ପରିବେଶ
ଭବାନୀପାଟଣା ଅଟଙ୍ଗଗୁଡ଼ାସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଏକ ନିଆରା ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ କ୍ୟାମ୍ପରେ ଉପସ୍ଥିତ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଶାନ୍ତି ରକ୍ଷା ପାଇଁ ନିଜ ପରିବାର, ଆତ୍ମୀୟସ୍ୱଜନ ଓ ଘରଠାରୁ ଦୂରରେ ରହି ଦିନରାତି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କ ପାଇଁ ରକ୍ଷା ବନ୍ଧନର ଏହି ଅବସର ବେଶ୍ ଭାବପୂର୍ଣ୍ଣ ହୋଇଥିଲା। ନିଜ ଭାଇଙ୍କ ପରି ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀମାନେ ସେମାନଙ୍କ ଦୀର୍ଘାୟୁ, ସୁସ୍ଥତା ଓ ସୁରକ୍ଷିତ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ।
ରାକ୍ଷୀ ବାନ୍ଧିବା ସମୟରେ ଯବାନ ଓ ଭଉଣୀମାନଙ୍କ ମଧ୍ୟରେ ସ୍ନେହ ଓ ଆତ୍ମୀୟତାର ଏକ ନିଆରା ସମ୍ପର୍କ ପ୍ରତିଫଳିତ ହୋଇଥିଲା।