ଆଜିଠାରୁ ମିଳିବ ସୁଭଦ୍ରା ଟଙ୍କା ? ଏକା ସାଙ୍ଗରେ ମିଳିବ ୫ଟି ଯାକ ବାକି ଥିବା କିସ୍ତି ||
ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ (୧.୦୩ କୋଟିରୁ ଅଧିକ) ମହିଳା ଉପକୃତ ହେବେ।
ସୂଚନା ଅନୁଯାୟୀ, ଏହି ୫ମ କିସ୍ତି ପାଇଁ ରାଜ୍ୟ ସରକାର ମୋଟ ୫,୧୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଧାସଳଖ ଡିବିଟି (DBT) ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି।
ଏହି ପର୍ଯ୍ୟାୟରେ ପ୍ରାୟ ୨.୨୧ ଲକ୍ଷ ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ମହିଳା ପ୍ରଥମ ଥର ପାଇଁ ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା ପାଇବେ। ଏହି ମହିଳାମାନଙ୍କୁ ପୂର୍ବରୁ ବାକି ଥିବା କିସ୍ତି ସହିତ ମୋଟ ୫ଟି ଯାକ କିସ୍ତିର ଟଙ୍କା ଏକାସାଙ୍ଗରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।
ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ବ୍ୟାଙ୍କିଙ୍ଗ ସେବା ଏବଂ ଡିବିଟି (DBT) ପ୍ରକ୍ରିୟାରେ ଯେପରି କୌଣସି ପ୍ରକାର ତ୍ରୁଟି ନରହେ ଏବଂ ସମ୍ପୂର୍ଣ୍ଣ ସୱଚ୍ଛତା ବଜାୟ ରହେ, ସେଥିପ୍ରତି କଡ଼ା ନଜର ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।