ବ୍ରହ୍ମପୁର:(ତୋଫାନ ଗୌଡ଼) ଆଜି ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ” ବନ୍ଦେ ମାତରମ ” ଆୟୋଜିତ ହୋଇଯାରିଛି l ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ଦଳେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ସର୍ବଣା ବିବେକ ଏମ. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ମାନଙ୍କୁ ମନେ ପକାଇ ସ୍ୱାଧୀନତା ଦିବସର ଗୌରବ ମୁହୂର୍ତ୍ତ ଉପରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାମ୍ବାଦିକ ସଂଘର ସଭାପତି ତଥା ବ୍ରହ୍ମପୁର ଓ- ଟିଭି କାର୍ଯ୍ୟlଳୟ ମୁଖ୍ୟ ଅଶୋକ କୁମାର ବ୍ରହ୍ମା, ନାଳନ୍ଦାଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳୀ ଚରଣ ସାହୁ, ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ, ଶିଳ୍ପପତି କେ. ରାଜା କୁମାର ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଶ୍ରୀନିବାସ ପାତ୍ରଙ୍କ ପତ୍ନୀ ସାବିତ୍ରୀ ପାତ୍ର, କାରଗିଲ ଯୋଦ୍ଧା ରାଜେନ୍ଦ୍ର ସୁଆର ଏବଂ ବାୟୁସେନା ନିଯୁକ୍ତି ପରୀକ୍ଷାରେ ପ୍ରଥମ ହୋଇଥିବା ଗଞ୍ଜାମ ଝିଅ ଅଂଶୀତl ପ୍ରିୟଦର୍ଶିନୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ ସଂଯୋଜନା କରିଥିଲେ l ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ, ଅନୁରାଧା ସାହୁ, ନବକିଶୋର ମହାପାତ୍ର, ସରୋଜ କୁମାର ଦାଶ ଏବଂ ସୁନୀର ବିଶ୍ୱାସ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ l ପରିଚାଳକ ରବୀନ୍ଦ୍ର କୁମାର ନାୟକ, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ଉଷାରାଣୀ ମହାପାତ୍ର, ସରୋଜ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ସୁନନ୍ଦା ରାଣୀ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପ୍ରାୟ 150 ଜଣ ଛାତ୍ର ଛାତ୍ରୀ ଦେଶାତ୍ମବୋଧକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ l