ବ୍ରହ୍ମପୁର (ତୋଫାନ ଗୌଡ଼): ପବିତ୍ର ପୁଣ୍ୟତିଥି ଅବସରରେ ସକାଳ ୭ଟା ସମୟରେ ବ୍ରହ୍ମପୁର ସ୍ଥିତ ରାମଲିଙ୍ଗ ପାର୍କ ପରିସରରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାନ୍ୟବର ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରା, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ମହିଳା ନେତ୍ରୀମାନେ, ବରିଷ୍ଠ ନେତୃବୃନ୍ଦ ଏବଂ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅଟଳଜୀଙ୍କୁ ସ୍ମରଣ କରିଥିଲେ। ଅଟଳଜୀଙ୍କ ଆଦର୍ଶ, ରାଷ୍ଟ୍ରପ୍ରେମ, ତ୍ୟାଗ ଓ ଜନସେବାର ପଥ ଆମ ସମସ୍ତଙ୍କୁ ସଦା ପ୍ରେରଣା ଦେଇଚାଲିବ ।