୮୦ତମ ସ୍ୱାଧୀନତା ଦିବସ ଅବସରରେ ମୟୂରଭଞ୍ଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସୌଜନ୍ୟରୁ ଏବଂ ଭାରତୀୟ ରେଡକ୍ରସ ସଂସ୍ଥା (ଜିଲ୍ଲା ଶାଖା, ମୟୂରଭଞ୍ଜ) ଆନୁକୂଲ୍ୟରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରି ମାନବସେବାର ମହାନ ବାର୍ତ୍ତା ଦେଇଛନ୍ତି।