ଦୀର୍ଘ ୨.୫ ବର୍ଷର ଅନୁସନ୍ଧାନ ପରେ, ୨ ହତ୍ୟାକାରୀ ଗିରଫ !! ରାଉରକେଲା ପୋଲିସ
ରାଉରକେଲା: ଦୀର୍ଘ ୨.୫ ବର୍ଷ ଧରି ଅନୁସନ୍ଧାନାଧୀନ ଥିବା ଏକ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି ରାଉରକେଲା ପୋଲିସ। ଏହି ଘଟଣାରେ ରାହୁଲ ଓରଫ ସର୍ଦ୍ଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)ଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା ସମ୍ପର୍କରେ ଝିରପାଣି ଥାନା କେସ୍ ନଂ-୪୫, ତାରିଖ ୦୮.୦୩.୨୦୨୪ରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ମଙ୍ଗଳ ଓରାମଙ୍କୁ ଶୋଇବା ଔଷଧ ଦେଇ ଅଚେତ କରିଥିବା ଅଭିଯୋଗ ରହିଛି। ପରେ ତାଙ୍କୁ ଏକ ଗାଡ଼ିରେ ଝାଡ଼ଖଣ୍ଡକୁ ନେଇ ସେଠାରେ ଜଳମଗ୍ନ ଜମିରେ ଫିଙ୍ଗି ଦେଇଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ଘଟଣାରେ ବ୍ୟବହୃତ ଏବଂ ଚୋରି ହୋଇଥିବା ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି। ଦୀର୍ଘ ସମୟ ଧରି ଅନଡିଟେକ୍ଟେଡ୍ ରହିଥିବା ଏହି ହତ୍ୟା ମାମଲାର ସମାଧାନ ରାଉରକେଲା ପୋଲିସର ତଦନ୍ତ ପ୍ରକ୍ରିୟାରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ମାମଲାରେ ଅଭିଯୁକ୍ତମାନଙ୍କ ଭୂମିକା ଏବଂ ଘଟଣାର ଅନ୍ୟାନ୍ୟ ପାର୍ଶ୍ୱ ନେଇ ପୋଲିସ ତଦନ୍ତ ଜାରି ରଖିଛି।