ମଦନପୁର ରାମପୁରରେ ୧୬୨ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ : କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୧୬୨ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ରଜାମୁଣ୍ଡା ନିକଟରେ ୫୯ ନମ୍ବର ଜାତୀୟ ରାଜପଥରୁ ଏକ ଗଞ୍ଜେଇ ବୋଝେଇ କାର ଜବତ କରାଯାଇଛି।ଘଟଣାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ୨୬ ବର୍ଷୀୟ ବାପି ପଧାନଙ୍କ ସମେତ ଜଣେ ନାବାଳକଙ୍କୁ ପୁଲିସ ଧରିଛି।
ପୁଲିସ ସୂଚନା ଅନୁସାରେ, ଜବତ ଗଞ୍ଜେଇକୁ ଛତିଶଗଡ଼ ଅଞ୍ଚଳକୁ ଚାଲାଣ କରାଯାଉଥିବା ନେଇ ଅଭିଯୁକ୍ତମାନେ ସ୍ୱୀକାର କରିଥିବା କୁହାଯାଇଛି। ଏନେଇ ମଦନପୁର ରାମପୁର ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଜବତ ଗଞ୍ଜେଇ ଓ କାରକୁ ପୁଲିସ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
କଳାହାଣ୍ଡି ଭବାନୀପାଟଣା ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ